କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୪ର ଚାମ୍ପିୟନ । ଫାଇନାଲରେ ହାଇଦ୍ରାବାଦକୁ ୮ ୱିକେଟରେ ମାତ୍ ଦେଲା କେକେଆର୍ ।

ତୃତୀୟ ଥର ଜିତିଲା ଆଇପିଏଲ ଟ୍ରଫି ।

168

କନକ ବ୍ୟୁରୋ: ଆଇପିଏଲ ୨୦୨୪ର ଚାମ୍ପିୟନ ବନିଲା କୋଲକାତା ନାଇଟ୍ ରାଇଡର୍ସ । ସନ୍ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ଇଣ୍ଡିଆନ୍ ପ୍ରିମିୟର ଲିଗର ୧୭ତମ ସଂସ୍କରଣ ନିଜ ନାଁରେ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କେକେଆର୍ । ଏହି ବିଜୟ ସହ ତୃତୀୟ ଥର ଆଇପିଏଲ ବିଜେତା ବନିଛି କୋଲକାତା ନାଇଟ୍ ରାଇଡର୍ସ ।

ଚେନ୍ନାଇରେ ଖେଳାଯାଇଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତିି ନେଇଥିଲା ହାଇଦ୍ରାବାଦ । କୋଲକାତା ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହୋଇଥିଲେ ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ୍ । ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଦଳ । ୧୮ ଓଭର ୩ଟି ବଲରେ ମାତ୍ର ୧୧୩ ରନ୍ କରି ଅଲଆଉଟ୍ ହୋଇଥିଲା ହାଇଦ୍ରାବାଦ । ଦଳର କୌଣସି ବି ବ୍ୟାଟର ୨୫ ରନ୍ ଛୁଇଁପାରିନଥିଲେ । କେକେଆର ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି, ମିଚେଲ ଷ୍ଟାର୍କ ଓ ହର୍ଷିତ ରାଣା ୨ଟି ଓ ବୈଭବ ଅରୋରା, ସୁନୀଲ ନାରାୟଣ ଓ ବରୁଣ ଚକବର୍ତୀ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ କୋଲକାତା ମାତ୍ର ଗୋଟିଏ ୱିକେଟ୍ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଛି । ରେହମାନୁଲ୍ଲ୍ା ଗୁରୁବାଜଙ୍କ ବିସ୍ଫୋରକ ବ୍ୟାଟିଂ ଓ ଭେଙ୍କଟେଶ୍ ଆୟରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ମାତ୍ର ୧୦ ଓଭର ୩ଟି ବଲରେ ସହଜ ବିଜୟ ହାସଲ କରିଛି କୋଲକାତା । ପୂର୍ବରୁ ୨୦୧୨ ଓ ୨୦୧୪ରେ ଆଇପିଏଲ ଟ୍ରଫି ଜିତିଥିଲା କୋଲକାତା ନାଇଟ୍ ରାଇଡର୍ସ ।