ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୬ଜଣଙ୍କ ଜୀବନ

125

କନକ ବ୍ୟୁରୋ : ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୬ଜଣଙ୍କର ମୃତ୍ୟୁ ହୋଇଛି । କାଞ୍ଚିପୁରମ୍ ଜିଲ୍ଲାପାଳ ଏମ୍ ଆରତୀଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣା କାଞ୍ଚିପୁରମ୍ ଜିଲ୍ଲା କୁଶବିମଲାଇ ଗାଁରେ ଘଟିଛି । ଏହି ବିସ୍ଫୋରଣରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତରମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାରକାରର୍ଯ୍ୟ ଜାରି ରହିଛି ।

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ଦୁର୍ଘଟଣାରେ ଅତିକମରେ ୧୬ଜଣ ଗୁରୁତର ହୋଇଛନ୍ତି । ଏହାସହ ଏହି ବାଣ କାରଖାନାର ମାଲିକ ହେଉଛନ୍ତି ନରେନ୍ଦ୍ରନ୍ । ଏଠାରେ ୨୫ଜଣ ଶ୍ରମିକ କାମ କରୁଥିଲେ । ହେଲେ ଏହା ପଞ୍ଜିକୃତ ବାଣ କାରଖାନା କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ ।

ପୋଲିସ ସୂଚନା ମୁତାବକ ବାଣ ପ୍ରସ୍ତୁତ କରି ତାହାକୁ ଶୁଖାଇଥିବା ବେଳେ ହଠାତ ନିଆଁ ଲାଗିଯାଇଥିଲା । ଏହି ନିଆଁ ଫ୍ୟାକ୍ଟ୍ରିକୁ ବ୍ୟାପିବା ପରେ ଫ୍ୟାକ୍ଟିରେ ଥିବା ବାଣଗୁଡିକ ଭୟଙ୍କର ଭାବେ ଫୁଟିଥିଲା । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିସମ ବିଭାଗର ୨୫ ଜଣ କର୍ମଚାରୀ ୩୦ ମିନିଟ କାଳ ଅକ୍ଳାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ କରାଯାଇଛି ।