ନିର୍ବାଚନ ଡ୍ୟୁଟିରେ ଯିବାବେଳେ ଦୁର୍ଘଟଣା । ପୋଲିସ ଗାଡ଼ି ଓଲଟି ୨୦ ମହିଳା କର୍ମଚାରୀ ଆହତ । ଭୁବନେଶ୍ୱର ସତସଙ୍ଗବିହାର ନିକଟରେ ଦୁର୍ଘଟଣା ।  

121

କନକ ବ୍ୟୁରୋ: ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨୦ ଜଣ ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଭୁବନେଶ୍ୱର ସତସଙ୍ଗ ବିହାର ସ୍ଥିତ ପାର୍କ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତ ମହିଳା ପୋଲିସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ନର୍ବାଚନ ଡ୍ୟୁଟି ପାଇଁ ବଲାଙ୍ଗୀରରୁ କେନ୍ଦ୍ରାପଡ଼ା ଯାଉଥିଲେ ପୋଲିସ କର୍ମଚାରୀ । ବସରେ ପାଖାପାଖି ୩୫ ଜଣ ମହିଳା କନଷ୍ଟେବଳ ଥିଲେ ।