ବୁଥରେ ଛେଣ୍ଡିପଦା ବିଜେଡି ବିଧାୟକ ଭୋଟରଙ୍କୁ ଆକ୍ରମଣ ଘଟଣା । ମାମଲା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଲେ ସିଇଓ

1,980

କନକ ବ୍ୟୁରୋ : ଗତକାଲି ତୃତୀୟ ପର୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଛେଣ୍ଡିପଦା ବିଜେଡି ବିଧାୟକ ଏକ ବୁଥ ନିକଟକୁ ଆସି ଭୋଟରଙ୍କୁ ଆକ୍ରମଣ କରିବା ଘଟଣାରେ ଆକ୍ସନମୋଡକୁ ଆସିଛନ୍ତି ସିଇଓ । ଏହି ମାମଲାରେ ତୁରନ୍ତ ପଦକ୍ଷେପ ନେବାକୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସିଇଓ ଅନୁଗୁଳ ଜିଲ୍ଲାପାଳ ଓ ଡିଇଓଙ୍କୁ ଚିଠି ଲେଖିଛନ୍ତି । ଏହି ମାମଲାର ତଦନ୍ତ ରିପୋର୍ଟ ୨୬ ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଥାଉ କି ଗତକାଲି ତୃତୀୟ ପର୍ୟ୍ୟାୟ ମତଦାନ ଚାଲିଥିବା ବେଳେ ଛେଣ୍ଡିପଦା ବିଧାୟକ ୮୪ ନମ୍ବର ବୁଥକୁ ଆସି କିଛି ଭୋଟରଙ୍କୁ ଆକ୍ରମଣ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏନେଇ ଆକ୍ରମଣରେ ଶିକାର ହୋଇଥିବା ଲୋକମାନେ ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ନାମରେ ଅଭିଯୋଗ ହୋଇଥିଲା ।