ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ରେଳ ପୂଜା : ଜଗନ୍ନାଥ ସୁରକ୍ଷା ମଞ୍ଚ ପକ୍ଷରୁ ପୁରୀରେ ଟ୍ରେନ୍ ପୂଜାର୍ଚ୍ଚନା

1,293

କନକ ବ୍ୟୁରୋ : ପୁରୀ ଷ୍ଟେସନରେ ଚାଲିଛି ପୂଜାର୍ଚ୍ଚନା । ଦୁର୍ଘଟଣାରୁ ରକ୍ଷା ପାଇବାପାଇଁ ପୁରୀ ରେଳ ଷ୍ଟେସନରେ ଟ୍ରେନ୍ ପୂଜା କରାଯାଉଛି । ଜଗନ୍ନାଥ ସୁରକ୍ଷା ମଞ୍ଚ ପକ୍ଷରୁ ଟ୍ରେନ୍ ସମ୍ମୁଖରେ ଧୂପ ଦୀପ ଜାଳି ପୂଜାର୍ଚ୍ଚନା କରାଯାଇଛି । ରେଳ ଦୁର୍ଘଟଣା ଯୋଗୁଁ ଲୋକେ ଭୟଭୀତ ହୋଇପଡିଛନ୍ତି । ଅନେକ ଧନଜୀବନହାନୀ ହେଉଛି । ବେଶୀ କରି ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଭୟ ଏବେ ବି ଲୋକଙ୍କ ମନରୁ ଲିଭିନି । ଟ୍ରେନ ଦୁର୍ଘଟଣାର ଯେଭଳି ପୁନରାବୃତି ନହୁଏ ଓ ଲୋକଙ୍କ ଜୀବନ ସୁରକ୍ଷା କାମନା କରି ପୁରୀ ଷ୍ଟେସନରେ ଏହି ପୂଜାର୍ଚ୍ଚନା କରାଯାଇଛି ।