ଦର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଦାୟୀ । ଚଢା ଦରରେ ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ : ମନ୍ତ୍ରୀ 

285

କନକ ବ୍ୟୁରୋ : ଦେଶରେ ବଢିଚାଲିଥିବା ଦର ଦାମ୍ । ଡାଲିଠୁ ଆରମ୍ଭ କରି ଖାଇବା ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢିବାରେ ଲାଗିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

ଦରଦାମ ବୃଦ୍ଧି ଯେଉଁ ହୁହୁ ହୋଇ ବଢୁଛି ସେଥି ପାଇଁ କେନ୍ଦ୍ର ସରକାର ଦାୟୀ। ଡାଲି,ତେଲ ଅବା ଅନ୍ୟାନ୍ୟ ଆତ୍ୟବଶକୀୟ ସାମଗ୍ରୀର ବୃଦ୍ଧିର ଅନ୍ୟାନ୍ୟ କାରଣ ରହିଛି । ଏହାର ବୌଦ୍ଧିକ କାରଣ ରହିଛି। ଏହାକୁ ଆୟତ୍ତ ରେ ରଖିବା ପାଇଁ ଦିଲ୍ଲୀରେ ଥିବା ସରକାରଙ୍କ ଦାୟିତ୍ଵ । ଏ ଦିଗରେ ପଦକ୍ଷେପ ନେବା ଆବଶ୍ୟକ ରହିଛି । ଟ୍ରାନ୍ସପୋର୍ଟଙ୍ଗୀ କଷ୍ଟ ଓ ତେଲ ରେଟ ବୃଦ୍ଧି ହେବାରେ ଲାଗିଛି । ଆମେ ପୁରାପୁରି ସଚେତନ ଅଛୁ । କିଏ ଯଦି ଚଢ଼ା ଦରରେ ବିକ୍ରୀ କରୁଥାନ୍ତି ତାଙ୍କୁ ଧରିବା ଓ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ବିଭାଗ ତତ୍ପର ଅଛି ।