ପୋଷ୍ୟ ପୁତ୍ର ପାଲଟିଲା ପିଶାଚ । ଶୋଇଥିବା ବେଳେ ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା । ପାଟଣାଗଡା କୁତୁମୁଣ୍ଡାରେ ଚାଞ୍ଚଲ୍ୟ ।

112

କନକ ବ୍ୟୁରୋ: ଉତ୍ତ୍ୟକ୍ତ ଅବସ୍ଥାରେ ସମ୍ପର୍କ ଭୁଲିଗଲା ମଣିଷ । ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା । ଏ କେବଳ ପୁତୁରା ନଥିଲେ ମହିଳାଙ୍କର କେହି ସନ୍ତାନ ନଥିବାରୁ ପୋଷ୍ୟ ପୁତ୍ର ମଧ୍ୟ କରିଥିଲେ । ହେଲେ ସେହି ପୋଷ୍ୟ ପୁତ୍ର ଶେଷରେ ପିଶାଚ ସାଜିଛି । ପାଟଣାଗଡ଼ ଥାନା କୁତୁମୁଣ୍ଡା ଗ୍ରାମରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।

ଘରୋଇ କଳିକୁ ନେଇ ଖୁଡ଼ିକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁତୁରା । କୁତୁମୁଣ୍ଡା ଗ୍ରାମର ଦଖନ ଧରୁଆ ଓ ଉତରା ଧରୁଆ ଙ୍କ ପୁଅଝିଅ ନଥିବାରୁ ତାଙ୍କ ପୁତୁରା ଚିତ୍ର ଧରୁଆକୁ ପୌଷ୍ୟପୁତ୍ର କରି ରଖିଥିଲେ । ଦୀର୍ଘ ଦିନ ପୂର୍ବରୁ ଘରେ କୌଣସି କାରଣ ପାଇଁ ଘରୋଇ କଳହ ଲାଗି ରହିଥିଲା । ଉତରା ଧରୁଆ ଓ ତାଙ୍କ ସ୍ୱାମୀ ଶୋଇଥିବା ବେଳେ ବେଳେ ଧାରୁଆ ଟାଙ୍ଗିଆରେ ଚିତ୍ର ଧରୁଆ ତାଙ୍କ ଖୁଡିର ମୁଣ୍ଡକୁ ଆଘାତ ଦେଇଥିଲେ । ପରେ ଘଟଣା ସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ବେଳେ ଫେରାର ମାରିଥିଲା । ପରେ ପାଟଣାଗଡ଼ ପୋଲିସ ପାଖରେ ଚିତ୍ର ଧରୁଆ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।