ଟ୍ରକକୁ ଧକ୍କା ଦେଲା ବସ୍ । ୧୦ ଯାତ୍ରୀ ଗୁରୁତର ଆହତ, ଟ୍ରକ ଡ୍ରାଇଭର ମୃତ । ଯାଜପୁର ବଡ଼ଚଣାଠାରେ ଦୁର୍ଘଟଣା ।

240

କନକ ବ୍ୟୁରୋ: ଯାଜପୁର ବଡ଼ଚଣାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବଡ଼ଚଣା ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ବନ୍ଦାଳ ନିକଟରେ ଘରୋଇ ଯାତ୍ରୀବାହି ବସ୍ ଭାରସାମ୍ୟ ହରାଇ ଏକ ଚିପ୍ସ ବୋଝେଇ ଟ୍ରକକୁ ଧକ୍କା ଦେଇଛି । ଫଳରେ ବସର ସମ୍ମୁଖ ଭାଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ବସରେ ୬୦ଜଣ ଯାତ୍ରୀ ଥିବା ବେଳେ ପାଖାପାଖି ୧୦ଜଣ ଗୁରୁତର ଆହତ ହୋଇଛନ୍ତି । ବସଟି ବାରିପଦାରୁ ଭୁବନେଶ୍ୱର ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଖବର ପାଇ ବଡ଼ଚଣା ପୋଲିସ ଓ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ଆହତ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତରିତ କରିଛନ୍ତି ।