ଚିକିତ୍ସା ବିଜ୍ଞାନରେ ବିରଳ ଉପଲବ୍ଧି । ମଧୁମେହ ରୋଗୀଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିଥିବା ଚାଇନିଜ୍ ବୈଜ୍ଞାନିକଙ୍କ ଦାବି । ସେଲ ଟ୍ରାନ୍ସପ୍ଲାଣ୍ଟ ପଦ୍ଧତିରେ ଚିକିତ୍ସା ।

1,736

କନକ ବ୍ୟୁରୋ: ଚିକିତ୍ସା ବିଜ୍ଞାନରେ ଅଭୂତପୂର୍ବ ସଫଳତା । ମଧୁମେହ ରୋଗକୁ ସମ୍ପୂର୍ଣ୍ଣ ଠିକ୍ କରିପାରୁ ଥିବା ଦାବି କଲେ ଚାଇନିଜ୍ ବୈଜ୍ଞାନିକ । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି । ସୂଚନା ଅନୁସାରେ, ସାଂଘାଇ ହସ୍ପିଟାଲ, ଚାଇନିଜ୍ ଏକାଡେମିକ୍ ଅଫ୍ ସାଇନ୍ସେସ୍ ଏବଂ ରେଞ୍ଜିି ହସ୍ପିଟାଲର ମିଳିତ ଅନୁଧ୍ୟାନରେ କରାଯାଇଥିବା ଏକ ପରୀକ୍ଷଣରେ ମଧୁମେହ ରୋଗର ଚିକିତ୍ସା ପଦ୍ଧତି ବିକଶିତ କରାଯାଇଛି । ଯେଉଁଥିରେ ଜଣେ ରୋଗୀ ମଧୁମେହ ରୋଗରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଜଣାପଡିଛି ।

ସାଉଥ ଚାଇନା ମର୍ଣ୍ଣିଂର ରିପୋର୍ଟ ଅନୁସାରେ ସେଲ ଟ୍ରାନ୍ସପ୍ଲାଣ୍ଟ ବା କୋଷ ପ୍ରତିରୋପଣ ଜରିଆରେ ମଧୁମେହ ରୋଗୀଙ୍କୁ ଚିକିତ୍ସା ଦିଆଯାଇଥିଲା । ଯେଉଁଥିରୁ ତାଙ୍କୁ ଉପଚାର ମିଳିଛି । ମଧୁମେହ ଏକ ପୁରୁଣା ରୋଗ । ଦୀର୍ଘଦିନ ଧରି ଏହା ରୋଗୀ ଶରୀରେ ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ । ଇନ୍ସୁଲିନ୍ ଚିକିତ୍ସା ଦ୍ୱାରା ମଧୁମେହକୁ କେବଳ ନିୟନ୍ତ୍ରଣ କରାଯାଏ । ଏହାର ପୂର୍ଣ୍ଣ ଚିକିତ୍ସା ଏପର୍ଯ୍ୟନ୍ତ ବିକଶିତ କରାଯାଇ ପାରି ନାହିଁ । ମାତ୍ର ଚାଇନାର ବୈଜ୍ଞାନିକ ଏବେ ଦାବି କରୁଛନ୍ତି ଯେ, ସେ ମଧୁମେହ ରୋଗର ଚିକିତ୍ସା ବାହାର କରିଦେଇଛନ୍ତି ।

ମଧୁମେହ ରୋଗର ଚିକିତ୍ସା ସମ୍ଭବ!
– ଚିକିତ୍ସା ବିଜ୍ଞାନରେ ବିରଳ ଉପଲବ୍ଧି
– ଚାଇନାରେ ସୁସ୍ଥ ହେଲେ ମଧୁମେହ ରୋଗୀ
– ସେଲ ଟ୍ରାନ୍ସପ୍ଲାଣ୍ଟଜରିଆରେ କରାଯାଇଛି ଚିକିତ୍ସା
– ଜୁଲାଇ, ୨୦୨୧ରେ ମଧୁମେହ ରୋଗୀଙ୍କ ହୋଇଥିଲା ସେଲ ଟ୍ରାନ୍ସପ୍ଲାଂଟ୍
– ବର୍ଷକ ପରେ ୨୦୨୨ ତାଙ୍କ ଶରୀରେ ଅନେକ ପରିବର୍ତନ ପରୀଲକ୍ଷିତ
– ରୋଗୀଙ୍କୁ ବାହ୍ୟ ଇନ୍ସୁଲିନ୍ର ଆବଶ୍ୟକ ପଡିନଥିଲା
– ୨୦୨୩ରେ ତାଙ୍କ ଶରୀରରେ ମଧୁମେହ ମାତ୍ରା ଉପରେ ନଜର ରଖିଥିଲେ ଡାକ୍ତର
– ଚଳିତ ଏପ୍ରିଲ ମାସରେ ତାଙ୍କୁ ସମ୍ପୂର୍ଣ୍ଣ ମଧୁମେହ ମୁକ୍ତ ଘୋଷଣା କଲେ ଡାକ୍ତର