ଅଘୋଷିତ ବିଦ୍ୟୁତ କାଟ, ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ : ରାଜ୍ୟର ୪ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା

2,239

କନକ ବ୍ୟୁରୋ : ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ଜରୁରୀ ବୈଠକ ଡାକିଲେ ମୁଖ୍ୟ ଶାସନ ସଚିବ । ଆସନ୍ତା ସୋମବାର ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ । ବୈଠକରେ ରାଜ୍ୟର ୪ ବିତରଣ କମ୍ପାନୀର ସିଇଓଙ୍କୁ ଡକାଯାଇଥିବା ସୂଚନା ମିଳିଛି ।

ରାଜ୍ୟରେ ବାରମ୍ବାର ବିଦ୍ୟୁତ୍ କାଟ ହେଉଥିବାରୁ ଏହାର କିପରି ସମାଧାନ କରାଯିବ ସେନେଇ ବୈଠକରେ ସମୀକ୍ଷା କରାଯିବ । ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ଅଭିଯୋଗ ଆସୁଛି । ଗୁରୁବାର କାଳବୈଶାଖୀ ବର୍ଷା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ କାଟ ହୋଇଥିଲା । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ମୁଖ୍ୟ ଶାସନ ସଚିବ । ଯଦି କାଳବୈଶାଖୀରେ ଏମିତି, ତେବେ ବାତ୍ୟା ହେଲେ କ’ଣ ଅବସ୍ଥା ହେବ ବୋଲି ସେ ପ୍ରଶ୍ନ କରିଥିଲେ ।