ବାଲେଶ୍ୱରରେ ତ୍ରିମୁଖୀ ଲଢେଇ,ବିଜେପି ବିଜେଡିକୁ କଡା ଟକ୍କର ଦେଉଛି କଂଗ୍ରେସ ।

287

କନକବ୍ୟୁରୋ:ଗାଁଠୁ ସହର ସବୁଠି ଏବେ ନିର୍ବାଚନୀ ଚର୍ଚ୍ଚା । ତେଣିକି ସେ ସନ୍ଧ୍ୟା ବେଳର ଖଟି ହେଉ କିମ୍ବା ଚା ପିଉଥିବା ବେଳର ଦୃଶ୍ୟ ହେଉ । ସବୁଠି ନିର୍ବାଚନୀ ମାହୋଲ । ଜୁନ ୧ରେ ସାରା ଦେଶରେ ଅନ୍ତିମ ପର୍ଯ୍ୟାୟରେ ପଡିବ ଭୋଟ । ଏହାପୂର୍ବରୁ ପ୍ରଚାର ମଇଦାନରେ ତିନିଦଳର ପ୍ରାର୍ଥୀ ଜୋରଦାର ପ୍ରଚାର କରି ପ୍ରାର୍ଥୀ ମାନଙ୍କ ମନ ଜିଣିବାରେ ଲାଗିଛନ୍ତି । ୬ ଲୋକସଭା ୪୨ ବିଧାନସଭା ଆସନ ପାଇଁ ପଡିବ ଭୋଟ । ୨୮ରେ ଅମିତ ଶାହା ଆସିଥିବା ବେଳେ ଆଜି ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନର୍ଦ୍ରେ ମୋଦି ଆସୁଛନ୍ତି ।ପ୍ରଧାନମନ୍ତ୍ରୀ ଦିନିକିଆ ଓଡିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ।

ଓଡିଶା ବିଜେପି ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ ମୋଦୀ ୩ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଘନ ଘନ ପ୍ରଚାର ଚାଲୁଛି । ପ୍ରାର୍ଥୀ ମାନଙ୍କୁ ପ୍ରତିଶୃତି ଦେଇ ମନ ଜିଣୁଛନ୍ତି ନେତା । ସେପଟେ ବାଲେଶ୍ୱରରେ କି ଜିତିବ ଜନତାଙ୍କ ମନ କିଏ ବାଲେଶ୍ୱରରେ ନିଜର ପତିଆରା ଜାହିର କରିବ ତାକୁ ନେଇ ଚର୍ଚ୍ଚା ଜୋରଦାର ଏବେ । ବାଲେଶ୍ୱରରେ ଜୁନ ୧ରେ ମତଦାନ ହେବାକୁ ଯାଉଛି । ବାଲେଶ୍ୱରରେ ଚାଲିଛି ଘନ ଘନ ପ୍ରଚାର କିଏ ଜିତିବ ବାଲେଶ୍ୱରରେ କିଏ ମାରିବ ବାଜି ତାକୁ ନେଇ ଏବେ ଅଙ୍କକଷା ଚାଲିଛି ତିନି ଦଳର । ବାଲେଶ୍ୱରରୁ କିଏ ଯିବ ଲୋକସଭା?

ପତିଆରା ଲଢେଇରେ କେଉଁ ନେତା ରହିବ ଆଗରେ ପ୍ରତାପ,ଶ୍ରୀକାନ୍ତ,ନା ଲେଖାଶ୍ରୀ । କାହିଁକି ନା ଏବେ ବାଲେଶ୍ୱରରେ ଏହି ତିନିଜଣ ହେଉଛନ୍ତି ସବୁଠୁ ବଡ ଚେହେରା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ନିଜସ୍ୱ ଢଙ୍ଗରେ ପ୍ରଚାରକୁ ଜୋରଦାର କରିଛନ୍ତି । ସେପଟେ ଏଥର ଓଡିଶାରେ ପ୍ରଥମଥର ବିଜେପି ସରକାର ଗଢିବ ,ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ସରକାର ଗଢିବା ଏକ ପ୍ରକାର ଧାଯ୍ୟ ହୋଇସାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ ବାଲେଶ୍ୱର ନିୀଳଗିରିରେ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା ବେଳେ କହିଛନ୍ତି । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାଭିମାନୀ ଓଡିଶା ତିଆରି କରିବାରେ ନୀଳଗିରି ମାଟିର ବହୁତ ବଡ ଭୁମିକା ରହିଛି ।

ସେପଟେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲେଖାଶ୍ରୀ ସାମନ୍ତ ସିଂହାର ମୁଖ୍ୟମନ୍ତ୍ରୀଙ୍କ ଅତୁଳନୀୟ ଅବଦାନ ଓଡିଶାବାସୀଙ୍କ ପାଇଁ ଓ ବିକାଶ କରିବା ଦିଗକୁ ପାଥେୟ କରି ଲୋକଙ୍କ ପାଖରେ ପହଂଚି ଭୋଟ ଭିକ୍ଷା କରୁଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ କଂଗ୍ରେସର ଯୋଜନାକୁ ପାଥେୟ କରି ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିୁଛନ୍ତି । ଲୋକଙ୍କ କଂଗ୍ରେସର ଆଭିମୁଖ୍ୟ ବିଷୟରେ ବୁଝାଉଛନ୍ତି । ଏବେ ଦେଖିବାକୁ ରହିଲା ବାଲେଶ୍ୱର ଜନତା କାହା ଉପରେ ଭରଷା କରିବେ କିଏ ମାରିବ ବାଜିମାତ ।