ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା କେଜିଏରୁ ଅଧିକ ସୁନା । କିଏ ଏହି ଦାନ କରିଛନ୍ତି , ସୂଚନାକୁ ରଖାଯାଇଛି ଗୁପ୍ତ ।

157

କନକ ବ୍ୟୁରୋ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋରୁ ଅଧିକ ସୁନା । ଗତକାଲି ହୁଣ୍ଡିରୁ ୧ କିଲୋ ୮୦୦ ମିଲିଗ୍ରାମ ସୁନା । ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି । ତେବେ କିଏ ସେହି ଭକ୍ତ, ଯିଏ ଏହି ସୁନା ଦାନ କରିଛନ୍ତି, ତାହା ଜଣାପଡ଼ିନାହିଁ । କୁହାଯାଉଛି, ଗତକାଲି ଦିନସାରା ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ଭିଡ଼ ଭିତରେ କେହି ଭକ୍ତ କାହାକୁ ନଜାଇ ଏହି ସୁନା ଦାନ କରିଥିବା ଅନୁମାନ କରାଯାଉଛି ।