ରାଜ୍ୟରେ ଆହୁରି ଦୁଇ ଦିନ ଯାଏଁ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ହିଟୱେଭ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

210

କନକ ବ୍ୟୁରୋ: ରାଜ୍ୟରେ ଆହୁରି ୨ ଦିନ ରହିବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନର ତାପାମାତ୍ରା ୨ରୁ ୪ ଡିଗ୍ରୀ ବଢିବ ବୋଲି ପାଣିପାଗ ବିଭାଗ ପ’ରୁ ଆକଳନ କରାଯାଇଛି । ରାଜ୍ୟରେ ହିଟୱେଭ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ମଙ୍ଗଳାବାର ୪୫ ଦଶମିକ ୯ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସେହିପରି ସୋନପୁରରେ ୪୫ ଦଶମିକ ୩ଡିଗ୍ରୀ ଓ ଟିଟିଲାଗଡ଼ରେ ତାପମାତ୍ରା ୪୫ଡିଗ୍ରୀ ରେକର୍ଡ କରାଯାଇଛି । ବାତ୍ୟା ରେମାଲ ପ୍ରଭାବରେ କିଛି ଦିନ ଧରି ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ କମିଥିଲା । କିନ୍ତୁ ବାତ୍ୟା ଚାଲିଯିବା ପରେ ପୁଣି ପଶ୍ଚିମା ଉଷ୍ମ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଫଳରେ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବା ସହ ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିଥିବାରୁ ଅଧିକ ଗରମ ଅନୁଭୂତ ହେଉଛି । ୭ଟି ଅଞ୍ଚଳରେ ୪୪ଡିଗ୍ରୀ ଉପରେ ରହିଛି ତାପମାତ୍ରା ଏବଂ ମୋଟ୍ ୧୭ଟି ସ୍ଥାନରେ ୪୦ଡିଗ୍ରୀ ଉପରେ ରହିଛି ତାତି ।