କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଦରମୈୟା ଓ ଶିବକୁମାର । ଶପଥ ସମାରୋହରେ ଅଣବିଜେପି ଦଳ ଗୁଡିକ କଲେ ଶକ୍ତିପ୍ରଦର୍ଶନ

143

କନକ ବ୍ୟୁରୋ : କର୍ଣ୍ଣାଟକରେ ଶକ୍ତି ପ୍ରଦର୍ଶନ କରିଲା କଂଗ୍ରେସ । କଂଗ୍ରେସର ବରିଷ୍ଟ ନେତାଙ୍କ ଗହଣରେ ଆୟୋଜିତ ହେଲା ଶପଥ ପାଠ ଉତ୍ସବ । କଂଗ୍ରେସକର୍ମୀମୟ ହେଲା ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମ । କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସିଦ୍ଦରମୈୟା । ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ଥାବରଚନ୍ଦ ଗେହଲଟ ଶପଥ ପାଠ କରାଇଛନ୍ତି । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ୮ ବିଧାୟକ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏମାନଙ୍କ ମଧ୍ୟରେ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଖଡଗେ ଓ ପୂର୍ବତନ କଣ୍ଣାଟକ ମୁଖ୍ୟମନ୍ତ୍ରୀ ଜୀ ପରମେଶ୍ୱର ମଧ୍ୟ ରହିଛନ୍ତି । ଦଳିତରୁ ୩ଜଣ ଲିଙ୍ଗାୟତରୁ ଜଣେଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ନବନିର୍ବାଚିତ ସିଦ୍ଦରମୈୟଙ୍କ ଟିମରେ ଜି,ପରମେଶ୍ୱର, କେ,ଏଚେ ମନିୟାପ୍ପା, କେ,ଜେ ଜର୍ଜ, ଏମ.ବି ପାଟିଲ. ସତୀଶ ଜାକର୍୍ହୋଲୀ, ପ୍ରିୟଙ୍କ ଖଡ଼ଗ, ରାମଲିଙ୍ଗା ରେଡ୍ଡୀ, ବିଜେ ଜମୀର ଅହମଦ ଖାଁ ଶପଥ ନେଇଛନ୍ତି ।

କଣ୍ଣାଟକ ନୁଆ ସରକାରର ଶପଥଗ୍ରହଣ ଉତ୍ସବରେ ସାମିଲ ହେଲେ ବିରୋଧୀ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉପସ୍ଥିତ ରହିବା ସହ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ,ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ , ଏନସିପି ସୁପ୍ରିମୋ ଶରଦ ପାୱାର . ଫାରୁକ ଅବଦୁଲା , ସିପିଆଇ ନେତା ଡି ରାଜା ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ହିମାଚଳପ୍ରଦେଶ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ ସହ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ କଂଗ୍ରେସ ସରକାରର ଶପଥ ଉତ୍ସବରେ ସାମିଲ ହୋଇଛନ୍ତି । ସେହିପରି ବେଙ୍ଗାଲୁରୁରେ ବିରୋଧୀଙ୍କ ମେଳିକୁ ନେଇ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇଛି ।

୨ୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସିଦ୍ଦରମୈୟା । ପୂର୍ବରୁ ୨୦୧୩ରୁ ୧୮ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଳାଇସାରିଛନ୍ତି । ପୂର୍ବ ଅପେକ୍ଷା ଏଥଋଳ ସିଦ୍ଦରମୈୟାଙ୍କ ପାଇଁ ଜଣେ ମୁଖ୍ୟମନ୍ତ୍ରରୀ ଭାବେ ଅନେକ ଗୁଡିଏ ଚ୍ୟାଲେଂଜ ରହିବ ।