ପାଣି ପାଇଁ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ଘେରିଲେ ଗ୍ରାମବାସୀ । ପ୍ରଚାର ପାଇଁ ଯାଇଥିବାବେଳେ ମନ୍ତ୍ରୀ ହେଲେ ହଟହଟା ।

61

କନକ ବ୍ୟୁରୋ: କାକଟପୁର ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ବିରୋଧ । ପାନୀୟ ଜଳ ସମସ୍ୟାକୁ ନେଇ ମନ୍ତ୍ରୀଙ୍କୁ ଘେରିଲେ କାକଟପୁର ନିର୍ବାଚନ ମଣ୍ଡଳୀର ତରକର ପଞ୍ଚାୟତର ଜଗନ୍ନାଥପୁର ଗ୍ରାମବାସୀ । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ସମର୍ଥକଙ୍କ ସହ ପ୍ରଚାରରେ ଯାଉଥିଲେ । ଏହି ସମୟରେ ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି । ଦୀର୍ଘଦିନ ଧରି ଏଠାରେ ପାନୀୟ ଜଳ ସମସ୍ୟା ନେଇ ଲୋକେ ବାରମ୍ବାର ଦାବି କରିଆସୁଛନ୍ତି । କିନ୍ତୁ ମନ୍ତ୍ରୀ ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗ ଆଣି ଲୋକେ ଘେରିଛନ୍ତି ।