୨୦୨୪ ପାଇଁ ବିଜେପିର ରଣନୀତି । ଟାର୍ଗେଟରେ ୧କୋଟି ପରିବାର । ପ୍ରତି ବୁଥରେ ୨୦୦ରୁ ୨୫୦ ଲୋକଙ୍କ ପାଖକୁ ଯାଇ କରିବ ଜନସମ୍ପର୍କ ଅଭିଯାନ ।

ରାଜ୍ୟ କାର୍ଯ୍ୟକାରିଣୀରେ ନେତାଙ୍କୁ ଟିପ୍ସ ଦେଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

220

କନକ ବ୍ୟରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଆଗାମୀ ନିର୍ବାଚନରେ ଦଳର କଣ ରଣନୀତି ରହିବ, ଦଳ କେମିତି ଲଢ଼ିବ, ସେଥିପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସିକ୍ରେଟ ପ୍ଲାନ ପ୍ରସ୍ତୁତ କରିଛନ୍ତି ପୂର୍ବାଞ୍ଚଳ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । ଅନ୍ୟପଟେ ସଂଗଠନକୁ ମଜବୁତ କରିବା ସହ ସୋସିଆଲ ମିଡିଆକୁ ଅସ୍ତ୍ର କରିବାକୁ ଦଳ ରଣନୀତି କରିଛି ।

  • ୨୪ରେ କେମିତି ଲଢ଼ିବ ବିଜେପି?
  • ସୁନୀଲ ବଂଶଲଙ୍କ ସିକ୍ରେଟ୍ ପ୍ଲାନ

ଆଗାମୀ ନିର୍ବାଚନରେ ବିଜେପି କେମିତି ଲଢ଼ିବ? ସେଥିପାଇଁ ଭୁବନେଶ୍ୱରରେ ଚାଲିଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସିକ୍ରେଟ ପ୍ଲାନ ପ୍ରସ୍ତୁତ କରିଛନ୍ତି ପୂର୍ବାଞ୍ଚଳ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ । କାର୍ଯ୍ୟକାରିଣୀରେ ସାମିଲ ଥିବା ମନ୍ତ୍ରୀ, ସାଂସଦ, ବିଧାୟକ, କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ସୁନୀଲ ।

ସୁନୀଲ ବଂଶଲଙ୍କ ୨୪ ପ୍ଲାନ୍

  • ଟାର୍ଗେଟରେ ୧ କୋଟି ପରିବାର
  • ଆରମ୍ଭ ହେବ ମହା ଜନସମ୍ପର୍କ ଅଭିଯାନ
  • ପ୍ରତି ବୁଥରେ ୨୦୦ ରୁ ୨୫୦ ଲୋକଙ୍କ ପାଖକୁ ଯିବ ଦଳ
  • ବିଧାନସଭା କ୍ଷେତ୍ରରେ ୧୫୦ରୁ ୨୦୦ ପୁରୁଣା ଓ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ତାଲିକା ପ୍ରସ୍ତୁତ ହେବ
  • ବରିଷ୍ଠ ଓ ପୁରୁଣା ନେତାଙ୍କୁ ନେଇ ବୈଠକ ଓ ଭୋଜନର କାର୍ଯ୍ୟକ୍ରମ ହେବ
  • ସବୁ ମଣ୍ଡଳରେ ସବୁ ମୋର୍ଚ୍ଚାକୁ ମିଶାଇ ସମ୍ମିଳନୀ କରାଯିବ
  • ପ୍ରତି ମଣ୍ଡଳରେ ୫୦ହଜାର ଲୋକଙ୍କ ପାଖରେ ପହଁଚିବାକୁ ଲକ୍ଷ୍ୟ
  • ସଂଗଠନକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି
  • ସଂସଦ, ବିଧାନସଭା, ମଣ୍ଡଳ, ଶକ୍ତି କେନ୍ଦ୍ର ଓ ବୁଥ୍

ଅର୍ଥାତ କେମିତି ଅଧିକ ଲୋକଙ୍କ ପାଖରେ ପହଁଞ୍ଚି ହେବ, ତା ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ର ଦେଇଛନ୍ତି ସୁନୀଲ ବଂଶଲ

ସଂଗଠନକୁ ମଜବୁତ କରିବା ସହ ସୋସିଆଲ ମିଡିଆକୁ ଅସ୍ତ୍ର କରିବାକୁ ଦଳ ରଣନୀତି କରିଛି । ବିଶେଷକରି ଯେଉଁମାନଙ୍କର ଅଧିକ ଫଲୋଅର ଅଛନ୍ତି, ଓ ପ୍ରଭାବି ସେମାନଙ୍କ ଜରିଆରେ ଅଧିକ ଲୋକଙ୍କ ସହ ଯୋଡି ହେବାକୁ କୁହାଯାଇଛି । ଏଥିସହ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ଲଢ଼େଇ କରିବାକୁ ଯୋଜନା କରିଛି ଦଳ ।

୨୩ ଜୁନରୁ ୩୦ ଜୁନ୍ ପର୍ଯ୍ୟନ୍ତ ବୁଥ୍ ସ୍ତରରେ ଲୋକଙ୍କ ପାଖକୁ ଯିବ ଦଳ । ବ୍ୟକ୍ତିଗତ ଭାବେ ନେତାମାନେ ଲୋକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ ସୁନୀଲ ବଂଶଲଙ୍କ ଏହି ପ୍ଲାନ୍ କେତେ କାର୍ଯ୍ୟକାରୀ ହେଉଛି, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।