୫ ଦିନ ଭିତରେ ୭ ଥର ନିଆଁ ଲାଗିଲାଣି । ପୁରୀ ସତ୍ୟବାଦୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ।

165

କନକ ବ୍ୟୁରୋ: ଅଚାନକ ଗାଁରେ ଲାଗୁଛି ନିଆଁ । କେହି କିଛି ଭାବିବା ପୂର୍ବରୁ ଗାଁରେ ନିଆଁ ୫ ଦିନ ଭିତରେ ୭ ଥର ନିଆଁ ଲାଗିବା ପରେ ଲୋକେ ଛାନିଆ । ଶେଷରେ ଗାଁ ଠାକୁରାଣୀଙ୍କ ନିକଟରେ ଶରଣ ପଶିଛନ୍ତି ପୁରା ଗାଁ । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଲୁଗୁମ ପଞ୍ଚାୟତ ବାରବାଟି ଗାଁର ଏହି ଘଟଣା ଏବେ ଚର୍ଚ୍ଚାରେ । ଗାଁ ଲୋକେ ଗାଁ ବୁଢା ବରଗଛ ମୂଳ ମା ଦୁଲଣାଙ୍କ ପୀଠ ରେ ଆଶ୍ରୟ ନେଇଛନ୍ତି । ଭୟଭୀତ ପୁରା ଗାଁ ରାତି ହେଲେ ଗାଁ ଘର ଛାଡି ବର ଗଛ ମୂଳ ଗାଁ ଠାକୁରାଣୀ ଙ୍କୁ ଭରସା କରି ସମୂହ ଆଶ୍ରୟ ନେଉଛନ୍ତି । ଏପର୍ଯ୍ୟନ୍ତ ବି କାହାରି ପାଖରେ ସୂଚନା ନାହିଁ କେମିତି ଲାଗୁଛି ନିଆଁ । ଆଖି ଆଗରେ ନିଆଁ ଲାଗିବାର ଦୃଶ୍ୟ ଦେଖି ଭୟଭୀତ ଲୋକେ । ଏପଟେ ଏହାକୁ କିଏ ଗାଁ ଠାକୁରାଣୀ ଙ୍କ କୋପ କହୁଛି ତ କିଏ କହୁଛି ଏହା ଅଲୌକିକ ଘଟଣା ।