ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦବୀ ପାଇଁ ସୋମବାର ସରିଲା ଡେଡଲାଇନ୍ । ଉଭୟ ଗୌତମ ଗମ୍ଭୀର ଏବଂ ବିସିସିଆଇ ନୀରବ ।

886

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ସୋମବାର ଶେଷ ହୋଇଛି । ହେଲେ ଉଭୟ ବିସିସିଆଇ ଏବଂ ସମ୍ଭାବ୍ୟ ଆବେଦନକାରୀ ଗୌତମ ଗମ୍ଭୀର ଏହାକୁୁ ନେଇ ଚୁପ୍ ରହିଛନ୍ତି । କୋଲକାତା ନାଇଟ୍ ରାଇଡର୍ସକୁ ତୃତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତାଇବା ପରେ ଗମ୍ଭୀରଙ୍କ ନାମ ଚର୍ଚ୍ଚାରେ । ବିସିସିଆଇ କିମ୍ବା ଗମ୍ଭୀର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବିବୃତ୍ତିଦେଇନାହାଁନ୍ତି ।

କୁହାଯାଉଛି , ବୋର୍ଡରେ ଏବେ ଚୟନ କରିବା ପାଇଁ ଆଉ କୌଣସି ଆବେଦନକାରୀ ନଥାଇ ପାରନ୍ତି । ବିଶେଷ କରି ବିସିସିଆଇ ସମ୍ପାଦକ ଜୟ ଶାହା ସ୍ପଷ୍ଟ କରିବା ପରେ ବୋର୍ଡ ଏଭଳି ଜଣେ ବ୍ୟକ୍ତିଙ୍କ ଉପରେ ନଜର ରଖିଛି, ଯିଏ କି ଦଳକୁ ଏବଂ ପରିସ୍ଥିତିକୁ ଭଲ ଭାବେ ଜାଣିଥିବ । ବିସିସିଆଇର ଏହି କୋଚ ପଦ ପାଇଁ ଭିଭିଏସ୍ ଲକ୍ଷ୍ମଣଙ୍କୁ ଲକ୍ଷ୍ୟ ରଖିଥିଲା । କିନ୍ତୁ ସେ ଆଗ୍ରହୀ ନୁହଁନ୍ତି ବୋଲି ଜଣାପଡିଛି । ଏବେ ଦଳ ଜୁନ୍ ମାସର ଅଧିକାଂଶ ସମୟ ପାଇଁ ଟି-୨୦ ବିଶ୍ୱକପ୍ ରେ ବ୍ୟସ୍ତ ରହିବ । ଏହାପରେ ଶ୍ରୀଲଙ୍କା ଓ ଜିମ୍ବାୱେ ଗସ୍ତରୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ।