ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଭୟରେ ଏମରଜେନ୍ସି ଡୋରରୁୁ ଡେଇଁ ପଡ଼ିଲେ ଯାତ୍ରୀ । ଦିଲ୍ଲୀରୁ ବାରଣାସୀ ଯାଉଥିଲା ବିମାନ ।

575

କନକ ବ୍ୟୁରୋ: ଇଣ୍ଡିଗୋ ବିମାନରେ ବୋମା ଆତଙ୍କ । ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଧମକ । ଏହା ପରେ ତୁରନ୍ତ ଯାତ୍ରୀଙ୍କୁ ବିମାନରୁ ବାହାର କରାଯାଇଛି । ଘଟଣାସ୍ଥଳରେ ଏଭିଏସନ୍ ସିକ୍ୟୁରିଟ. ଡଗ୍ ସ୍କ୍ୱାର୍ଡ ଓ ବମ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିଛି ଯାତ୍ରୀ ଏମରଜେନ୍ସି ଗେଟ୍ ଓ କିଛି ଯାତ୍ରୀ ୱିଣ୍ଡୋ ପଟେ ବାହାରକୁ ପଳାଇ ଆସିଥିଲେ ।

ସକାଳ ୫ଟା ୩୫ରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନକୁ ବୋମା ଧମକ ଖବର ମିଳିଥିଲା । ଏହା ପରେ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲା କ୍ୱିକ୍ ରେସପନ୍ସ ଟିମ୍ । ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା । ବିମାନକୁ ଯାଂଚ କରିବା ପାଇଁ ଏକ ଖାଲି ସ୍ଥାନକୁ ନିଆଯାଇଛି । ସୂଚନା ଅନୁସାରେ ଇଣ୍ଡିଗୋ ବିମାନଟି ଦିଲ୍ଲୀରୁ ବାରଣାସୀ ଯିବା ପାଇଁ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ଗୋଏଲେଟରେ ଏକ ନୋଟ୍ ମିଳିଥିଲା । ଯେଉଁଥିରେ ବୋମା ବୋଲି ଲେଖାଯାଇଥିଲା । ଫଳରେ ବିମାନରେ ହଇଚଇ ସୃଷ୍ଟି ହୋଇଥିଲା ।