ବାତ୍ୟା ‘ରେମାଲ’ ନେଲା ୧୬ ଜୀବନ । ପଶ୍ଚିମବଙ୍ଗରେ ୬ ଓ ବାଂଲାଦେଶରେ ୧୦ ଜଣଙ୍କ ମୃତ୍ୟୁ । ଛାରଖାର ହେଲା ଦେଢ଼ ଲକ୍ଷରୁ ଅଧିକ ଘର ।

349

କନକ ବ୍ୟୁରୋ: ବ୍ୟାତ୍ୟା ରେମାଲ ନେଲା ୧୬ ଜୀବନ । ପଶ୍ଚିମବଙ୍ଗରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଂଙ୍ଗଲାଦେଶରେ ୧୦ ଜଣଙ୍କ ଜୀବନ ଯାଇଛି । କୋଲକତାରେ ଜଣେ, ଦକ୍ଷିଣ ୨୪ ପ୍ରଗଣା ଜିଲାରେ ଦୁଇ ଜଣ ମହିଳା, ଉତର ୨୪ ପ୍ରଗଣାରେ ଜଣେ, ପୂର୍ବ ମେଦିନିପୁରରେ ବାପା ଓ ପୁଅଙ୍କର ମୃତ୍ୟୁ ହୋଇଛି ।

ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ୧୧୦ରୁ ୧୩୫ କିଲୋମିଟର ବେଗରେ ପବନ ବହିଥିଲା । ଯେଉଁମାନେ ଏହି ସମୟରେ ବାହାରେ ଥିଲେ ଅବା ମାଟି ଘରେ ରହିଥିଲେ ସେମାନେ ପ୍ରଭାବିତ ହୋଇଛନ୍ତି । ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ରେମାଲ । ବାତ୍ୟା ପାଇଁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି । ତେବେ ବାତ୍ୟା ଦୁର୍ବଳ ହେବା ପରେ କୋଲକାତା ବିମାନବନ୍ଦରରେ ବିମାନ ଚଳାଚଳ ସ୍ୱାଭାବିକ ହୋଇଛି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥତିର ସମୀକ୍ଷା କରିବା ସହ ରାଜ୍ୟରେ ବ୍ୟାପକ କ୍ଷତି ହୋଇଛି ବୋଲି କହିଛନ୍ତି । ତେବେ ନିର୍ବାଚନ ଆଚରଣବିଧି ଉଠିବା ପରେ ତୁରନ୍ତ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ମମତା ବାନାର୍ଜୀ ।