ବାଣିଜ୍ୟରେ ରାଜ୍ୟ ଟପ୍ପର ସୁଶ୍ରିତା ମାହାନା । ଅକ୍ଳାନ୍ତ ପରିଶ୍ରମ ଓ ଗୁରୁଜନଙ୍କ ଆଶୀର୍ବାଦକୁ ଦେଲେ ଶ୍ରେୟ ।

101

କନକ ବ୍ୟୁରୋ: ରେଭେନ୍ସାର ସୁଶ୍ରିତା ମାହାନା ଯୁକ୍ତ ଦୁଇ ବାଣିଜ୍ୟରେ ହୋଇଛନ୍ତି ରାଜ୍ୟ ଟପ୍ପର । କଟକ ବାଖରାବାଦ୍ ଧୂଆଁ ପତ୍ର ଲେନର ରଞ୍ଜିତ ମାହାନା ଓ ଗୀତା ମାହାନାଙ୍କ ସାନ ଝିଅ ସୁଶ୍ରିତା ମାହାନା । ଦିନକୁ ଆଠ ଘଣ୍ଟା ପରିଶ୍ରମ କରି ପହଞ୍ଚିଛନ୍ତି ସଫଳତାର ଶୀର୍ଷରେ । ନିଜ ମା’, ବାପା ଓ ଶିକ୍ଷକଙ୍କ ପ୍ରେରଣାରେ ଆଜି କେବଳ ଯେ ରେଭେନ୍ସା ନୁହେଁ ବାଣିଜ୍ୟ ବିଭାଗରେ ସାରା ରାଜ୍ୟର ଛାତ୍ର ଛାତ୍ରୀଙ୍କୁ ପଛରେ ପକାଇଛନ୍ତି ସୁଶ୍ରିତା ।

ଆଜିର ଏ ଆଧୁନିକ ଯୁଗରେ ଯୁବପିଢୀ ଘଣ୍ଟା ଘଣ୍ଟା ଫୋନରେ ନିଜର ସମୟ ବିତାଉଥିବା ବେଳେ ସୁଶ୍ରିତା କିନ୍ତୁ ଫୋନରୁ ଖୋଜିଥାନ୍ତି ପାଠ । ତେବେ ସୁଶ୍ରିତାଙ୍କ ବାପା ପେଶାରେ ଆଇନଜୀବୀ । ଝିଅ ଭଲ ପଢ଼େ କିନ୍ତୁ କେବେ ଆଶା କରି ନଥିଲି ଟପ୍ପର ହେବ ବୋଲି ସୁଶ୍ରୀତାଙ୍କ ବାପା କହିଛନ୍ତି । ସେହିଭଳି ସୁଶ୍ରିତା ନିଜର ଫଳାଫଳକୁ ନେଇ ବେଶ୍ ଉତ୍ସାହିତ ଥିବା ସହ ନିଜର ବାପା, ମା’, ଶିକ୍ଷକ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ସୁଶ୍ରିତା ।