କଡାକଡି ହେବ ଟ୍ରାଫିକ୍ ନିୟମ ଓ ହେଲମେଟ୍ ଚେକିଂ । ସତର୍କ କଲା ରାଜ୍ୟ ପରିବହନ ବିଭାଗ

1,142

କନକ ବ୍ୟୁରୋ : ପୁଷ୍ପା ହେଉ କି ପୁଷ୍ପରାଜ, ହେଲମେଟ ନପିନ୍ଧିଥିଲେ ସମସ୍ତଙ୍କର କଟିବ ଚାଲଣ । ସୁପର ହିଟ୍ ଫିଲ୍ମ ପୁଷ୍ପାର ଫଟୋ ସହ ଏକ ଅଭିନବ ଟୁଇଟ୍ କରି ରାଜ୍ୟ ପରିବହନ କର୍ତୃପକ୍ଷ ସମସ୍ତଙ୍କୁ ସତର୍କ କରିଛି । ନିୟମ ସମସ୍ତଙ୍କ ପାଇଁ ସମାନ । ହେଲମେଟ ପିନ୍ଧି ନଥିଲେ, ସମସ୍ତଙ୍କୁ ଜୋରିମାନା ଦେବାକୁ ପଡ଼ିବ ବୋଲି ଏହି ଟୁଇଟରେ କୁହାଯାଇଛି ।

ସବୁଠୁ ଆକର୍ଷଣୀୟ ହୋଇଛି ପୁଷ୍ପା ଚଳଚିତ୍ରର ଫଟୋ । ଯେଉଁଥିରେ ଫିଲ୍ମର ନାୟକ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଦୃଶ୍ୟ ରହିଛି । ରାଜ୍ୟ ପରିବହନ କର୍ତୃପକ୍ଷ ପକ୍ଷରୁ କୁହାଯାଇଛି, ବାଇକ୍ ଚଳାଇବା ସମୟରେ ସର୍ବଦା ହେଲମେଟ୍ ପିନ୍ଧନ୍ତୁ, ସେପରି ନକଲେ କେବଳ ଫାଇନ୍ ଗଣିବେ ନାହିଁ, ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବେ । ଏପରି ଟୁଇଟ୍ କରି ହେଲମେଟ ଚେକିଂ ଓ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବ ବୋଲି ଚେତାଇ ଦେଇଛି ରାଜ୍ୟ ପରିବହନ ବିଭାଗ ।