ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା : ଝାରସୁଗୁଡା ଏସପିଙ୍କ କାର୍ଯ୍ୟାନୁଷ୍ଠାନ, ପିଏସଓ ମିତ୍ରଭାନୁ ଦେଓ ସସପେଣ୍ଡ

432

କନକ ବ୍ୟୁରୋ : ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା । ଝାରସୁଗୁଡା ଏସପିଙ୍କ ବଡ କାର୍ଯ୍ୟାନୁଷ୍ଠାନ । ନବ ଦାସଙ୍କ ପିଏସଓ ମିତ୍ରଭାନୁ ଦେଓ ସସପେଣ୍ଡ । ଝାରସୁଗୁଡା ଏସପି ତାଙ୍କୁ ସସପେଣ୍ଡ କରିଛନ୍ତି । ଗତକାଲି ମିତ୍ରଭାନୁଙ୍କୁ କ୍ରାଇମବ୍ରାଞ୍ଚ ଜେରା କରିଥିଲା । ବ୍ରଜରାଜନଗର ଥାନାରେ କ୍ରାଇମବ୍ରାଞ୍ଚ ଏଡିଜି ୨ଘଣ୍ଟା ଧରି ଜେରା କରିଥିଲେ ।

ସେପଟେ, ସବୁଠାରୁ ବଡ଼ କଥା ହେଲା, ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ବଡ଼ଭାଇ ସତ୍ୟ ଦାସ ଗାନ୍ଧୀ ଛକ ବଜାଜ ସୋରୁମ୍‌ ନିକଟରେ ‘ବ୍ରହ୍ମପୁର ହୋଟେଲ’ ଖୋଲିଥିଲେ । ଘଟଣା ଦିନଠାରୁ ଏହି ହୋଟେଲ ବନ୍ଦ ରହିଥିଲା । ଏହି ହୋଟେଲରେ ହିଁ ହତ୍ୟାକାଣ୍ଡ ନକ୍ସା ପ୍ରସ୍ତୁତ କରାଯାଇଥିବା ଆଲୋଚନା ଜୋର ଧରିଛି ।

ସେପଟେ କ୍ରାଇମବ୍ରାଞ୍ଚ୍‌ର ଆଉ ଏକ ଟିମ୍‌ ଅଭିଯୁକ୍ତ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଯାଇ ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହିତ ତାଙ୍କ ବଡ଼ଭାଇ ସତ୍ୟ ନାରାୟଣ ଦାସଙ୍କୁ ଉଠାଇ ନେଇଛନ୍ତି । ତାଙ୍କୁ ଏକ ଅଜ୍ଞାତ ସ୍ଥାନରେ ଜେରା କରାଯାଉଥିବା ଜଣାପଡ଼ିଛି ।