କୋରାପୁଟ ବିଜ୍ଞାନ ଇଣ୍ଟରନ୍ୟାସନାଲ କଲେଜର +୨ ପରୀକ୍ଷାରେ ୧୦୦% ସଫଳତା

51

କନକ ବ୍ୟୁରୋ : କୋରାପୁଟର ପୂଜାରୀପୁଟ ସ୍ଥିତ ବିଜ୍ଞାନ ଇଣ୍ଟରନ୍ୟାସନାଲ କଲେଜର ୨୦୨୨-୨୪ ବର୍ଷ ବ୍ୟାଚର +୨ ବିଜ୍ଞାନ ଓ +୨ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଶତ ପ୍ରତିଶତ ପରୀକ୍ଷାଫଳ ଅର୍ଜନ କରିଛନ୍ତି । ବିଜ୍ଞାନ ବିଭାଗର ଛାତ୍ରୀ ଶୁଭଶ୍ରୀ ପାଣିଗ୍ରାହୀ ୮୭% ନମ୍ବର ରଖି ପ୍ରଥମ ହୋଇଥିବା ବେଳେ ବାଣିଜ୍ୟ ବିଭାଗର ଛାତ୍ର ସମ୍ପଦ ଚୌଧୁରୀ ୭୫% ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ବିଜ୍ଞାନ ବିଭାଗର ୧୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୭୮ ଜଣ ପ୍ରଥମ, ୬୪ ଜଣ ଦ୍ୱିତୀୟ ଏବଂ ୧୨ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ବାଣିଜ୍ୟ ବିଭାଗର ୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୮ ଜଣ ପ୍ରଥମ, ୩ ଜଣ ଦ୍ୱିତୀୟ ଓ ଜଣେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ କଲେଜର ଛାତ୍ରଛାତ୍ରୀଙ୍କର ଏହି ଅପୂର୍ବ ସଫଳତା ପାଇଁ କଲେଜର ଅଧ୍ୟକ୍ଷ ସିଦ୍ଧାର୍ଥ ପାଣି ସମସ୍ତ ଛାତ୍ରଛାତ୍ରୀ ଓ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।