ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ : କ’ଣ ହୋଇପାରେ ମହଙ୍ଗା ଓ କାହିଁକି ?

176

କନକ ବ୍ୟୁରୋ : ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଏହି ବଜେଟ ଉପରେ ସମସ୍ତଙ୍କ ନଜର ରହିଛି । ଏଥିରେ କ’ଣ ହୋଇପାରେ ମହଙ୍ଗା ଓ କାହିଁକି ?  ପାଖାପାଖି ୩୫ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢି଼ପାରେ । ଆମଦାନୀ ଶୁଳ୍କ ବଢ଼ାଇ ଆତ୍ମନିର୍ଭର ଭାରତକୁ ପ୍ରୋତ୍ସାହନ ଦିଆଯିବ । ଇଲେକଟ୍ରୋନିକ୍ସ ଓ ପ୍ଲାଷ୍ଟିକ ସାମଗ୍ରୀର ଦାମ୍ ବଢିବା ଆଶଙ୍କା ରହିଛି । ପ୍ରାଇଭେଟ୍ ଜେଟ୍ ଓ ହେଲିକପ୍ଟର ମହଙ୍ଗା ହେବା ଯଥେଷ୍ଟ ସମ୍ଭାବନା ରହିଛି ।

ସେହିପରି ହାଇଗ୍ଲସ ପେପର, ଭିଟାମିନ ଔଷଧ ଓ ପାଉଡର ମହଙ୍ଗା ହୋଇପାରେ । କେଉଁ ସାମଗ୍ରୀର ଦର ବଢିବ, ସେନେଇ ବିଭିନ୍ନ ମନ୍ତ୍ରାଳୟକୁ ତଥ୍ୟ ମଗାଯାଇଥିଲା । ଅଣ-ଅତ୍ୟାବଶ୍ୟକ ସାମଗ୍ରୀର ବିଭିନ୍ନ ମନ୍ତ୍ରଣାଳୟ ଚିଠା ଦେଇଛନ୍ତି । ଏସବୁ ସାମଗ୍ରୀର ଆମଦାନୀକୁ କମ୍ କରି ଭାରତରେ ଉତ୍ପାଦନ ବଢାଯିବ

। ଡିସେମ୍ବରରେ ଏଭଳି ସାମଗ୍ରୀର ତାଲିକା ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ମାଗିଥିଲା । ଚଳନ୍ତି ଖାତା ନିଅଣ୍ଟ ମଧ୍ୟ ମୋଦୀ ସରକାର କମ୍ କରିବାକୁ ଚାହୁଁଛନ୍ତି ।  ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଚଳନ୍ତି ଖାତା ନିଅଣ୍ଟ ୪.୪%ରେ ପହଞ୍ଚିଥିଲା । ୯ ମାସର ସର୍ବାଧିକ ସ୍ତରରେ ଦେଶର ଚଳନ୍ତି ଖାତା ନିଅଣ୍ଟ ପହଞ୍ଚିଥିଲା ।

୨୦୨୨-୨୩ ବଜେଟରେ
୧ ଟଙ୍କାର ଆୟ-ବ୍ୟୟ ହିସାବ

ଆୟ

ଆୟକର- ୧୫ ପଇସା
କର୍ପୋରେଟ୍ ଟିକସ- ୧୫ ପଇସା
ଜିଏସଟି- ୧୬ ପଇସା
ଏକ୍ସାଇଜ୍ ଡ୍ୟୁଟି- ୭ ପଇସା
କଷ୍ଟମ ଡ୍ୟୁଟି- ୫ ପଇସା
ଅଣଟିକସ ରାଜସ୍ୱ- ୫ ପଇସା
କ୍ୟାପିଟାଲ ରିସିପ୍ଟ- ୨ ପଇସା
ଋଣ- ୩୫ ପଇସା

ବ୍ୟୟ

କେନ୍ଦ୍ରୀୟ ଯୋଜନା- ୧୫ ପଇସା
ରାଜ୍ୟ ଯୋଜନା ଖର୍ଚ୍ଚ- ୧୭ ପଇସା
ଅର୍ଥ ଆୟୋଗ- ୧୦ ପଇସା
ଋଣର ସୁଧ ପରିଷୋଧ- ୨୦ ପଇସା
ପ୍ରତିରକ୍ଷା- ୮ ପଇସା
ସବସିଡ୍- ୮ ପଇସା
କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା- ୯ ପଇସା
ପେନସନ୍- ୪ ପଇସା
ଅନ୍ୟାନ୍ୟ ଖର୍ଚ୍ଚ- ୯ ପଇସା