ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫକୁ ବିରୋଧ । ଖୋର୍ଦ୍ଧା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ ।

566

କନକ ବ୍ୟୁେରୋ: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଗିରଫର ପ୍ରତିବାଦ । ଖୋର୍ଦ୍ଧା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ହଜାର ହଜାର ବିଜେପି କର୍ମୀ । ପ୍ରଶାନ୍ତଙ୍କୁ ଫସାଇବା ପାଇଁ ଉଦ୍ୟମ କରାଯାଉଥିବା ବିଜେପି ଅଭିଯୋଗ କରିଛି । ଗତ ଶନିବାର ନିର୍ବାଚନ ବେଳେ ପ୍ରଶାନ୍ତ ଜଗଦେବ ବୋଲଗଡ଼ ବ୍ଲକ କାଉଁରୀପାଟଣା ବୁଥରେ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି । ଏହି ଘଟଣାର କାହିଁକି ସିସିଟିଭି ଯାଂଚ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ କରିଛି ।