ଆସିଲା ଆଉ ଏକ ଏଡିଆର ରିପୋର୍ଟ । ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ ପ୍ରାର୍ଥୀ କୋଟିପତି ,୨୯୨ ଜଣଙ୍କ ନାଁରେ ରହିଛି ଗୁରୁତର ଅପରାଧିକ ମାମଲା । 

142

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଲଢୁଥିବା ମୋଟ ୧୨ ଶହ ୮୩ ଜଣ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ସେମାନଙ୍କ ମଧ୍ୟରୁ ୩୪୮ ଜଣ ପ୍ରାର୍ଥୀଙ୍କ ନାଁରେ ମାମଲା ରହିଛି । ୨୯୨ ନାଁରେ ଗୁରୁତର ମାମଲା ରହିଛି । ଏଡିଆର ରିପୋର୍ଟ  ଅନୁସାରେ ୪୧୨ଜଣ କୋଟିପତି ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି । ବିଧାୟକଙ୍କ ଭିତରେ ଦିଲ୍ଲୀପ ରାଏ ସବୁଠୁ ଧନୀ । ୩୧୩ କୋଟି ଟଙ୍କାର ମାଲିକ ଦିଲ୍ଲୀପ ରାଏ । ଦ୍ୱିତୟ ସ୍ଥାନରେ ସନାତନ ମହାକୁଡ଼ । ୨୨୭ କୋଟି ସମ୍ପତ୍ତିିର ମାଲିକ ସନାତନ ମହାକୁଡ଼ । ସେହିଭଳି ତୃତୀୟ ସ୍ଥାନରେ ଶୁଭାସିନୀ ଜେନା ରହିଛନ୍ତି । ସେ ୧୩୫ କୋଟି ଟଙ୍କାର ମାଲିକ । ବିଜୁ ଜନତା ଦଳରେ ସବୁଠାରୁ ଅଧିକ ମହିଳା ପ୍ରାର୍ଥୀ ରହିଛନ୍ତି । ୩୫ ଜଣ ମହିଳା ଥିବା ବେଳେ କଂଗ୍ରେସର ୨୧ ଜଣ ଓ ବିଜେପିର ୧୨ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।