ସୋନପୁର ପୋଲିସକୁ ବଡ ସଫଳତା । କଣ୍ଟେନରରୁ ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ।

76

କନକ ବ୍ୟୁରୋ: ସୋନପୁର ପୋଲିସକୁ ବଡ ସଫଳତା । କଣ୍ଟେନରରୁ ଜବତ ହେଲା ୩ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ । ବୌଦ୍ଧ ଜିଲ୍ଲା କଂଟାମାଳ ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବାବେଳେ ମାଡି ବସିଲା ପୋଲିସ । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ସୋନପୁର ପୋଲିସ । ଗତକାଲି ଖବର ପାଇଁ ସୋନପୁର ପୋଲିସ ସ୍ଥାନୀୟ କଂଜ ଛକଠାରୁ ବ୍ଲକ୍ ଛକ ପର୍ଯ୍ୟନ୍ତ ଚେକିଂ ଓ ଟ୍ରାକିଂ କରିଥିଲା । ଏହି ସମୟରେ ଏକ କଣ୍ଟେନର ଲୁହା ଛଡ ନେଇ ଯାଉଥିବାବେଳେ ତାକୁ ଅଟକାଇ ଯାଞ୍ଚ କରାଯାଇଥିଲା ।  କଣ୍ଟେନର ଲୁହାଛଡ ଭିତରେ ୧୫ ବସ୍ତା ଗଞ୍ଜେଇ ମିଳିଥିଲା । ପୋଲିସ କଣ୍ଟେନରକୁ ଜବତ କରିବା ସହ ଡ୍ରାଇଭର ଓ ସହଯୋଗୀକୁ ଗିରଫ କରିଛି । ଗିରଫ ଦୁଇ ଜଣ ମଧ୍ୟପ୍ରଦେଶର ବିନୋଦ ମାଝି ଓ ବିଜୟ ଗୋଲଭେ । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।