ନାଁ ନନେଇ ବୈଜୟନ୍ତଙ୍କ ଉପରେ ବର୍ଷିଲେ ନବୀନ । କହିଲେ, ୧୦ ବର୍ଷ ସାଂସଦ କରି ପଠାଇଲି, ସେ କେନ୍ଦ୍ରାପଡାପାଇଁ କାମ ନକରି ନିଜ କମ୍ପାନି ପାଇଁ କାମ କଲେ ।

1,020

କନକ ବ୍ୟୁରୋ : କେନ୍ଦ୍ରାପଡା ବାରୁଅରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଜନସଭାକୁ ସମ୍ବୋଧିତ କରି ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିଛନ୍ତି ନବୀନ । ଏହାସହ ଜୁଲାଇରୁ ବିଜୁଳି ବିଲ ଆସିବନି ବୋଲି କହିଛନ୍ତି ନବୀନ । ବିଜେଡି ସରକାର ବିଜୁଳି ମାଗଣା ଦେବେ ।

ଏହାସହ ବିରୋଧୀ ଦଳକୁ ଟାର୍ଗେଟ କରି ନବୀନ କହିଛନ୍ତି, ବିରୋଧୀ ଦଳ ମିଛ ଅପପ୍ରଚାର କରୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ରାପଡାରୁ ଜଣଙ୍କୁ ୧୦ ବର୍ଷ ସାଂସଦ କରି ପଠାଇଥିଲୁ । ସେ କେନ୍ଦ୍ରାପଡା ପାଇଁ କାମ କରିବା ପରିବର୍ତ୍ତେ ନିଜ କମ୍ପାନି ପାଇଁ କାମ କଲେ । କେନ୍ଦ୍ରାପଡା ଓ ମୋ ସହ ବିଶ୍ୱାସଘାତକତା କଲେ । ନାଁ ନନେଇ ବୈଜୟନ୍ତଙ୍କ ଉପରେ ବର୍ଷିଛନ୍ତି ନବୀନ ପଟ୍ଟନାୟକ । ଏହାସହ ଶଙ୍ଖ ଚିହ୍ନକୁ ଆଶୀର୍ବାଦ କରିବାକୁ କେନ୍ଦ୍ରାପଡାବାସୀଙ୍କୁ ଅପିଲ କରିଛନ୍ତି ନବୀନ ।