ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: ୪ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ଗୋପାଳ

240

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ ତନାଘନା । ଅଭିଯୁକ୍ତ ପୁଲିସ ଅଫିସର ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ପଚରାଉଚୁରା କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ତଦନ୍ତକାରୀ ଟିମ୍ ।

ସୂଚନା ଅନୁସାରେ, ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଗଠନ କରିଛି ଆଉ ୨ ଟିମ୍ । ଏହାସହ ତଦନ୍ତ ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ଝାରସୁଗୁଡା ଏସପି ଓ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଛି । ସେପଟେ ଅଭିଯୁକ୍ତ ଗୋପାଳଙ୍କ ଭାଇଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ହେପାଜତକୁ ନେଇଛି ।