ରାଜଧାନୀରେ ବୋମାମାଡ । ପୂର୍ବ ଶତ୍ରୁତାକୁ ନେଇ ବରମୁଣ୍ଡା ଅଞ୍ଚଳରେ ସ୍କର୍ପିଓ ଉପରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର ।

895

କନକ ବ୍ୟୁରୋ: ରାଜଧାନୀରେ ବୋମାମାଡ଼, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ ରବିବାର ବିଳମ୍ବତ ରାତିରେ ଏକ ସ୍କର୍ପିଓ ଗାଡି ଉପରକୁ ବୋମା ମାଡ଼ କରାଯାଇଛି । ବୋମା ମାଡ଼ରେ ସ୍କର୍ପିଓ ଗାଡିଟି କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ପତିଆରା ପାଇଁ ବୋମା ପକାଇ ଦୁବୃର୍ତ ମାନେ ଫେରାର ହୋଇଯାଇଛନ୍ତି । ଏନେଇ ଗାଡ଼ି ମାଲିକଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ମାମଲା ଦାୟର କରାଯାଇଛି । ପୋଲିସ ବୋମା ମାଡ଼ ହୋଇଥିବା ସ୍କର୍ପିଓକୁ ଜବତ କରି ତଦନ୍ତ ଚଳାଇଛି ।