କେବଳ ମହାତ୍ମା ଗାନ୍ଧୀ ଓ ତିରୁବଲ୍ଲୁବରଙ୍କ ଫଟୋ ଲଗାଇ ପାରିବ ଆମ୍ବେଦକରଙ୍କର ନୁହେଁ : ମାଡ୍ରାସ ହାଇକୋର୍ଟ

350

କନକ ବ୍ୟୁରୋ : ଡ. ଭୀମରାଓ ଆମ୍ବେଦକରଙ୍କ ଫଟୋକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ବଡ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି କି ତାମିଲନାଡୁ ଓ ପୁଡୁଚେରୀ କୋର୍ଟରେ କେବଳ ମହାତ୍ମା ଗାନ୍ଧୀ ଓ ତାମିଲ କବି ତିରୁବଲ୍ଲୁବରଙ୍କ ଫଟୋ ଲାଗି ପାରିବ । ହାଇକୋର୍ଟ ରେଜିଷ୍ଟାରଙ୍କ ତରଫରୁ ଜୁଲାଇ ୭ ତାରିଖରେ ଏନେଇ ଏକ ସର୍କୁଲର ଜାରି କରାଯାଇଥିଲା ।

କୋର୍ଟ ପରିସରର ପ୍ରବେଶ ଦ୍ୱାରରୁ ଆମ୍ବେଦକରଙ୍କ ଫଟୋ ହଟାଇବାକୁ କାଞ୍ଚିପୁରମ୍ ମୁଖ୍ୟ ଜିଲ୍ଲା ଜଜଙ୍କ ସମେତ ସମସ୍ତ ଜିଲ୍ଲା ଅଦାଲତକୁ ଏକ ସର୍କୁଲାର ଜାରି କରାଯାଇ ଆଲାନ୍ଦୁରସ୍ଥିତ ବାର ଆସୋସିଏସନକୁ ନିର୍ଦ୍ଦେଶ ଦିଆଯାଇଛି । ବାସ୍ତବରେ ଆମ୍ବେଦକର ଓ ସଂପୃକ୍ତ ସଂଘର ବରିଷ୍ଠ ଆଇନଜୀବିଙ୍କ ଫଟୋ ଉନ୍ମୋଚନ ପାଇଁ ଅନେକ ଓକିଲ ସଂଘ ଅନୁମତି ମାଗିଛନ୍ତି । ଏପ୍ରିଲ ୧୧ ତାରିଖରେ ଅନୁଷ୍ଠିତ ଏକ ବୈଠକରେ ହାଇକୋର୍ଟର ପୂର୍ଣ୍ଣ ଖଣ୍ଡପୀଠ ଏଭଳି ସମସ୍ତ ଅନୁରୋଧକୁ ଖାରଜ କରିଦେଇଥିଲେ ।

ପୂର୍ବ ଆଦେଶକୁ ଉଲ୍ଲେଖ କରି ସର୍କୁଲାରରେ କୁହାଯାଇଛି ଯେ, ଜାତୀୟ ନେତାଙ୍କ ପ୍ରତିମୂର୍ତ୍ତି ନଷ୍ଟ ହେବା ଭଳି ଘଟଣା ଘଟିଥିବାରୁ ବିଭିନ୍ନ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ୨୦୧୦ରେ ମଧ୍ୟ କୋର୍ଟ ପରିସରରେ ଆଉ କୌଣସି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କୋର୍ଟ ନିଷ୍ପତ୍ତି ନେଇଥିଲେ ।

ସେହିଭଳି ୨୦୧୩ ଏପ୍ରିଲ ୨୭ ତାରିଖରେ ଆମ୍ବେଦକରଙ୍କ ଫଟୋ ହଟାଇବା ପାଇଁ ଅଲାନ୍ଦୁର କୋର୍ଟ ଓକିଲ ସଂଘକୁ ରାଜି କରାଇବା ପାଇଁ କାଞ୍ଚିପୁରମର ପ୍ରଧାନ ଜିଲ୍ଲା ଜଜ୍ ନିର୍ଦ୍ଦେଶ ଦେଇଥିଲେ । ଏହାସହ ନବ ଗଡିତ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ କୁଡ୍ଡାଲୋର ବାରର ଅନୁରୋଧକୁ ଖାରଜ କରିଦେଇଥିଲେ ।

ନିକଟରେ ଏପ୍ରିଲ ୧୧ ତାରିଖରେ ମାଡ୍ରାସ ହାଇକୋର୍ଟ ସମାନ ଅନୁରୋଧକୁ ବିଚାର କରି ପୂର୍ବର ସମସ୍ତ ସଂକଳ୍ପକୁ ଦୋହରାଇବା ସହ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି ନେଇଥିଲେ ଯେ ଗାନ୍ଧୀଜୀ ଓ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ବ୍ୟତୀତ ଅଦାଲତ ପରିସରରେ ଅନ୍ୟ କୌଣସି ମହାପୁରୁଷଙ୍କର ଫଟୋ ଲଗାଯାଇପାରିବ ନାହିଁ ।