ବନ ବିଭାଗକୁ ବଡ଼ ସଫଳତା । ୪ କଲରାପତରିଆ ବାଘଛାଲ ଜବତ, ୩ ଜଣ ଗିରଫ

131

କନକ ବ୍ୟୁରୋ: ବନ ବିଭାଗକୁ ବଡ଼ ସଫଳତା । ବାରିପଦା ବହଳଦା ଗାଁରେ ବନବିଭାଗ ଚଢ଼ାଉ କରି ୪ କଲରାପତରିଆ ବାଘଛାଲ ଜବତ କରିଛି । ବାଘଛାଲ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ବାରିପଦା ଡିଏଫଓ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ବନ ବିଭାଗ କର୍ମଚାରୀ ଓ ଶିମିଳିପାଳ ଦକ୍ଷିଣ ଓ ଉତ୍ତର ସହ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ମିଳିତ ଚଢ଼ାଉ କରାଯାଇଥିଲା । ସମସ୍ତ ଗିରଫ ଅଭିଯୁକ୍ତ ବହଳଦା ଗାଁର ହୋଇଥିବା ସୂଚନା ମିଳିଛି । ତେବେ ବାଘଛାଲକୁ ଏମାନେ କାହାକୁ ବିକ୍ରି କରିବାକୁ ନେଉଥିଲେ ନା ଆଉ କ’ଣ ଯୋଜନା ଥିଲା, ସେ ନେଇ ତଦନ୍ତ ଜାରି ରହିଥିବା କହିଛନ୍ତି ବାରିପଦା ଡିଏଫଓ ।