ଦିନେ ସାଇକେଲ ଚଳାଇ୩୦ କି.ମି ଯାଉଥିଲେ ସ୍କୁଲ । ଛୋଟ ସହରରେ ରହି ଦେଖୁଥିଲେ ବଡ ସ୍ୱପ୍ନ । ଆଜି ହଜାରେ କୋଟିର ମାଲିକ ମଧୁ କେଲା

650

କନକ ବ୍ୟୁରୋ : ସଫଳତାର ଅନ୍ୟନାମ ସଂଘର୍ଷ । ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ସଫଳତା ପଛରେ ରହିଛି ଏକ ଦୀର୍ଘ ଦିନର ସଂଘର୍ଷର କାହାଣୀ । ପଙ୍କରୁ ପଦ୍ମ ଫୁଟିବା ପରି ଦୀର୍ଘ ବର୍ଷର ସଂଘର୍ଷ ପରେ ସଫଳତା ପାଏ ମଣିଷ । ଆମେ ଦେଶରେ ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି , ଯେଉଁମାନଙ୍କର ରହିଛି ଏକ ସଫଳ କାହାଣୀ । ସେ ନେତା ହୁଅନ୍ତୁ କି, ଅଭିନେତା କିମ୍ବା ଶିଳ୍ପପତି, ଏମାନଙ୍କ ସଫଳ କାହାଣୀ ଅନେକ ଯୁବପିଢିଙ୍କ ପାଇଁ ପ୍ରେରଣା । ଏହି ତାଲିକାରେ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ବିଷୟରେ କହିବୁ ଯାହାଙ୍କ କାହାଣି ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଛୋଟ ସହରରୁ ବଡ଼ ସହରରେ ସଫଳତା , ଜୀବନର ସଂଘର୍ଷତା ତାଙ୍କ ଏହି କାହାଣୀ ଅନେକଙ୍କ ପାଇଁ ପ୍ରେରଣା ସଦୃଶ । ମଧୁସୁଦନ କେଲା କିମ୍ବା ମଧୁ କେଲା, ଏହି ଭେଟେରାନ୍ ନିବେଶକଙ୍କ କାହାଣୀ କୌଣସି ଚଲଚ୍ଚିତ୍ରର ଅଭିନେତାଙ୍କ କାହାଣୀଠାରୁ କମ୍ ନୁହେଁ । ଜୀବନରେ ଅନେକ ବିଫଳତା ପରେ ଆର୍ଥିକ ବଜାରରେ ସଫଳତାର ଶୀର୍ଷରେ ମଧୁକେଲା ।

ଛତିଶଗଡ଼ର ଏକ ଛୋଟ ଗାଁରେ ମଧୁକେଲା ନିଜର ପିଲାଦିନ ଏବଂ ପ୍ରାଥମିକ ଶିକ୍ଷା ହାସଲ ପରେ ସେ ସିଧା ମୁମ୍ବାଇ ଆସି ଷ୍ଟକ୍ ମାର୍କେଟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଆସନ୍ତୁ ନଜର ପକାଇବା ମଧୁକେଲାଙ୍କ ସଂଘର୍ଷ ଏବଂ ସଫଳତା ଉପରେ..

ଛତିଶଗଡ଼ର ଏକ ଛୋଟ ଗାଁରୁ ଆସିଥିବା ମଧୁସୁଦନ କେଲା, ଜଣେ ଭେଟେରାନ୍ ଷ୍ଟକ ମାର୍କେଟର ନିବେଶକ ଏବଂ ଏମ୍ .କେ ଭେଞ୍ଚରର ପ୍ରତିଷ୍ଠାତା । ଛତିଶଗଡ଼ର ଏକ ଛୋଟ ସହରରୁ ଆସିଥିବା ମଧୁକେଲା ମୁମ୍ବାଇର ଆର୍ଥିକ ବଜାରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନତିଆରି କରିବା ସହ ନିଜର ଏକ ବଡ଼ ପରିଚୟ ମଧ୍ୟ ସୃଷ୍ଟି କରିଥିଲେ । ଛତିଶଗଡ଼ର କୁଋଦରେ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ମଧୁକେଲା ପ୍ରତିଦିନ କଲେଜ ଯିବା ପାଇଁ ୩୦କିମି ସାଇକେଲ ଚଳାଉଥିଲେ । ଆର୍ଥିକ ଅନାଟନରେ ବଢିଥିବା ମଧୁକେଲା ନିଜର ବି.କମ୍ ସାରିବା ପରେ ମୁମ୍ବାଇରେ ଆସି ପହଞ୍ଚିଥିଲେ । ଆଉ ଏଇଠୁ ବଦଳିଥିଲା ତାଙ୍କ ଭାଗ୍ୟ । ହିନ୍ଦୀ ମିଡିୟମରେ ପାଠ ପଢିଥିବା ମଧୁ କେଲା ମୁମ୍ବାଇର ପ୍ରତିଷ୍ଠିତ କେଜେ ସୋମାୟା ମ୍ୟାନେଜମେଣ୍ଟ କଲେଜରୁ ମାଷ୍ଟର ଅଫ୍ ମ୍ୟାନେଜମେଣ୍ଟ ଡିଗ୍ରୀ ହାସଲ କରିଥିଲେ । ଏମବିଏ ପରେ ସେ ସିଫକୋ ଏବଂ ଶରେଖାନଙ୍କ ସହ ଇକ୍ୱିଟି ରିସର୍ଚ୍ଚରେ କାର୍ଯ୍ୟ କରିଥିଲେ । ପରେ ପରେ ବିଭିନ୍ନ ଦଲାଲ୍ ଏବଂ ଫଣ୍ଡ ହାଉସ୍ ସହ କାମ କରି ସେ ନିବେଶକମାନଙ୍କୁ ଷ୍ଟକ୍ ମାର୍କେଟରେ ବିପୁଳ ମାତ୍ରାରେ ଲାଭ ଯୋଗାଇଛନ୍ତି । ସେ ସାଧାରଣତଃ ଛୋଟ ଏବଂ ମିଡ୍ କ୍ୟାପ୍ କମ୍ପାନୀଗୁଡ଼ିକରେ ବିନିଯୋଗ କରନ୍ତି ଏବଂ ବିପୁଳ ଅର୍ଥ ରିଟର୍ଣ୍ଣ ଅର୍ଜନ କରିଥାନ୍ତି । ଛୋଟ ଛୋଟ କ୍ଷେତ୍ରରେ ବିନିଯୋଗ କରି ଷ୍ଟକ୍ ମାର୍କେଟରେ ସେ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଆରମଯବ କରିଥିଲେ । ୨୦୦୯, ପରେ ସେ ଫାର୍ମା କ୍ଷେତ୍ରରେ ମନନିବେଶ କରିଥିଲେ । ଏବଂ ସେଠାରେ ମଧ୍ୟ ସେ ଅନେକ ସଫଳତାର ସିଢି ଚଢିଥିଲେ । ମନି କଣ୍ଟ୍ରୋଲ୍ ର ତଥ୍ୟ ଅନୁଯାୟୀ ମଧୁକେଲାଙ୍କ ସମ୍ପତ୍ତିର ମୂଲ୍ୟ ୮୮୨ କୋଟି ଏବଂ ତାଙ୍କର ୬ଟି ହୋଲଡିଂ କମ୍ପାନୀ ବି ରହିଛି । ଏହାସହ ନିକଟରେ ମଧୁକେଲା ରେପ୍ରୋ ଇଣ୍ଡିଆର ୪.୭୫ଲକ୍ଷ ସେୟାର କିଣିଛନ୍ତି ।