+ ୨ ବିଜ୍ଞାନ ପରୀକ୍ଷାଫଳ : ଟେଟ୍ରାହେଡ୍ରନର ଶତପ୍ରତିଶତ ସଫଳତା, ଇଂରାଜୀ ବିଷୟର ମୂଲ୍ୟାଙ୍କନକୁ ନେଇ ପ୍ରଶ୍ନ ଉଠାଇଲେ ଛାତ୍ରଛାତ୍ରୀ ।

57

କନକ ବ୍ୟୁରୋ : ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ବିଜ୍ଞାନ, କଳା, ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ କଟକ ଜିଲ୍ଲା ଟାଙ୍ଗୀ ସ୍ଥିତ ଘରୋଇ ବିଜ୍ଞାନ ଶିକ୍ଷାନୁଷ୍ଠାନ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ସ୍ ଶତପ୍ରତିଶତ ସଫଳତା ହାସଲ କରିଛି । ସମୁଦାୟ ୮୩୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୮୦ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ଜଣ ୯୦%ରୁ ଉଦ୍ଧ୍ୱର୍ ନମ୍ବର ରଖି ଅନୁଷ୍ଠାନର ଗୌରବ ବୃଦ୍ଧି କରିଛନ୍ତି ।

ସତ୍ୟଜିତ୍ ସ୍ୱାଇଁ ସମୁଦାୟ ୫୫୬ ନମ୍ବର ରଖି ଟେଟ୍ରାହେଡ୍ରନ୍ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟପ୍ପର ହୋଇଥିବା ସ୍ଥଳେ ମନିଷା ପଣ୍ଡା ୫୫୫ ନମ୍ବର ରଖି ଟେଟ୍ରାହେଡ୍ରନ୍ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ଭବିଷ୍ୟତରେ ଉଭୟ ଡାକ୍ତର ହେବାର ଇଚ୍ଛା ବ୍ୟକ୍ତ କରିଛନ୍ତି । ସେହିପରି ଅନୁଷ୍ଠାନର ୩୩ ଜଣ ଛାତ୍ରଛାତ୍ରୀ ୮୯%, ୪୪ ଜଣ ୮୮%, ୯୭ଜଣ ୮୫%, ୨୨୭ଜଣ ୮୦% , ୩୪୩ଜଣ ୭୫% ଓ ୫୪୮ଜଣ ୭୦% ରୁ ଉଦ୍ଧ୍ୱର୍ ନମ୍ବର ରଖିଥିବା ସ୍ଥଳେ ମୂଲ୍ୟାଙ୍କନକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଶେଷ କରି ଇଂରାଜୀ ଖାତା ମୂଲ୍ୟାଙ୍କନ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଛି । ୯୦%ରୁ ଅଧିକ ନମ୍ବର ରଖିଥିବା ଅନେକ ବିଦ୍ୟାର୍ଥୀଙ୍କ ଇଂରାଜୀ ନମ୍ବର ଯଥେଷ୍ଟ କମ୍ ଥିବା ଜାଣିବାକୁ ମିଳିଛି । ଏହି ଉପଲକ୍ଷେ କଲେଜ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ଅଧ୍ୟକ୍ଷ ତ୍ରିଦେବ୍ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କୃତି ବିଦ୍ୟାଥୀ ର୍ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ପନୁଃମୂଲ୍ୟାୟନ ପରେ ୯୦%ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ତ୍ରିଦେବ ବେହେରା ଆଶା ବ୍ୟକ୍ତ କରିଥିଲେ ।