ଆଉ ସପ୍ତାହେ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟଗତ କାରଣ ଜଣାଇ ଅନ୍ତରୀଣ ଜାମିନ୍ ବଢାଇବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ କେଜ୍ରିୱାଲ ।

197

କନକ ବ୍ୟୁରୋ: ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଅବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିବା ପରେ ତିହାର ଜେଲ୍ ଯାଇଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ନିଜ ଗରିଫଦାରୀ ବିରୋଧରେ ସର୍ବୋଚ୍ଚ ନାୟଳାୟରେ ଅବେଦନ କରିଥିଲେ ।

ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ କେଜ୍ରିୱାଲଙ୍କୁ ଅନୁମତି ପ୍ରଦାନ କରିତିଲେ କୋର୍ଟ । ଆସନ୍ତା ୧ ତାରିଖରେ କେଜ୍ରିୱାଲଙ୍କୁ ହାଜର ହେବାକୁ କୁହାଯାଇଥିଲା । ଏହା ପୂର୍ବରୁ ଜାମିନ୍ ଅବଧି ୭ ଦିନ ବଢାଇବା ପାଇଁ ଆବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।