କାଜୁ ଜଙ୍ଗଲରୁ ଉଦ୍ଧାର ହେଲା ଅଧାପୋଡା ମୃତଦେହ : ହତ୍ୟା କରି ପୋଡିଦେଇଥିବା ସନ୍ଦେହ, ପୁଲିସର ତଦନ୍ତ ଜାରି

455

କନକ ବ୍ୟୁରୋ : କାଜୁ ଜଙ୍ଗଲରୁ ଉଦ୍ଧାର ହେଲା ଅଧାପୋଡା ମୃତଦେହ । ହତ୍ୟା କରି ପୋଡି ଦେଇଥିବା ସନ୍ଦେହ । ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସ୍ଥାନୀୟ ରଥପଦା ଛକ ନିକଟରେ ଥିବା କାଜୁ ଜଙ୍ଗଲରୁ ଅଧାପୋଡା ମୃତଦେହ ଉଦ୍ଧାର କରିଛି ପୁଲିସ । ଶରୀରର ଅଧିକାଂଶ ଅଂଶ ପୋଡିଯାଇଥିବାରୁ ମୃତକଙ୍କ ଚିହ୍ନଟ ହୋଇପାରି ନାହିଁ ।

ପୁଲିସ ଏଦିଗରେ ଅଧିକ ତଦନ୍ତ ଜାରି ରଖିଛି । ଆଜି ସକାଳୁ ଲୋକେ ଶୌଚ ହେବାକୁ ଯାଉଥିବା ବେଳେ ଜଙ୍ଗଲ ଭିତରୁ ଧୂଆଁ ଉଠୁଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳକୁ ଯାଇ ଦେଖିବାକୁ ଏକ ମୃତ ଶରୀର ଅଧାପୋଡା ଅବସ୍ଥାରେ ଅଛି । ସଙ୍ଗେ ସଙ୍ଗେ ସ୍ଥାନୀୟ ଟମକା ପୁଲିସକୁ ଲୋକେ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୂନା ସଂଗ୍ରହ କରିଛି ।