ଭୁବନେଶ୍ୱରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ : ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା

81

କନକ ବ୍ୟୁରୋ : ଆଜି ଜନତା ମଇଦାନରେ ବିଜେପି କରୁଛି ବଡ଼ ସମାବେଶ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏଥିରେ ଯୋଗଦେବେ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଜେପି ନଡ୍ଡା । ରୋଡ ଶୋ କରି ବିମାନବନ୍ଦରରୁ ଯାଉଛନ୍ତି ଜନତା ମଇଦାନ । ସେଠାରେ ପହଞ୍ଚି ନଡ୍ଡା ବିଶାଳ ସମାବେଶ କରିବେ । ଆୟୋଜିତ ହେବାକୁ ଥିବା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ସେ ଉଦ୍ବୋଧନ ଦେବେ ।

ଏହା ପରେ ବିଜେପି ରାଜ୍ୟ ମୁଖ୍ୟାଳୟରେ କୋର କମିଟି ବୈଠକ ବସିବ । ଦଳୀୟ ପଦାଧିକାରୀଙ୍କୁ ମନ୍ତ୍ର ଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଏହା ପରେ ସଂଧ୍ୟାରେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଅଠରନଳା ଛକ ପାଖରେ ଦଳୀୟ କାର୍ଯ୍ୟକର୍ତ୍ତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବେ । ପୁରୀରେ ଆଜି ରାତି ରହଣୀ ପରେ ସକାଳୁ ଭଦ୍ରକ ଧାମନଗର ଯିବେ । ସେଠାରେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାର ଲୋକଙ୍କୁ ଭେଟିବେ । କଟକ ଓଲଟପୁର ନିରତାରରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ରାଜଧାନୀ ଫେରି ଜନତା ମଇଦାନରେ ଦଳର ୭ଟି ମୋର୍ଚ୍ଚା ପଦାଧିକାରୀଙ୍କୁ ସମ୍ବୋଧିତ କରିବେ ।