ଈରାନୀ ସେନାର କ୍ରୁରତା: ହିଜାବ ପ୍ରଦର୍ଶନକାରୀଙ୍କ ଉପରେ ଲଗାତାର ୭୩ ମିଶାଇଲ ମାଡ

134

କନକ ବ୍ୟୁରୋ: ହିଜାବକୁ ନେଇ ମହସା ଅମିନିଙ୍କ ମୃତ୍ୟୁ ପରେ ଏହି ବିବାଦ ଏବେ ଉଗ୍ର ହେବାରେ ଲାଗିଛି । ୧୨ ଦିନ ପରେ ବି ଈରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି । ଏହା ମଧ୍ୟରେ ନିଜର କ୍ରୁରତା ଦେଖାଇଛି ଈରାନ୍ ସେନା । ପ୍ରଦର୍ଶନକାରୀଙ୍କ ଉପରେ ସିରିଏଲ ମିଶାଇଲ ମାଡ କରିଛି ଈରାନ ସେନା ।

ଈରାନର ଷ୍ଟେଟ୍ ମିଡିଆର ସୂଚନା ମୁତାବକ, ଈରାନର ଇସ୍ଲାମିକ୍ ରେଭୋଲ୍ୟୁସନ୍ ଗାର୍ଡସ୍ କୋର୍ସ (ଆରଜିସି) ପ୍ରଦର୍ଶନ କରାଯାଉଥିବା ବିଭିନ୍ନ ସ୍ଥାନରେ ଲଗାତାର ୭୩ଟି ମିଶାଇଲ ମାଡ କରିବା ସହ ଡ୍ରୋନ ଆକ୍ରମଣ କରିଥିବା ଜଣାପଡିଛି । ହେଲେ ଏହି ଆକ୍ରମଣରେ କେତେଜଣଙ୍କର ମୃୁତ୍ୟ ହୋଇଛି ସେନେଇ କିଛି ସୂଚନା ଦିଆଯାଇନାହିଁ । କୁର୍ଦ ଅଞ୍ଚଳର ୪୨ଟି ଭିନ୍ନ ଭିନ୍ନ ପଏଣ୍ଟରେ ମିଶାଇଲ ମାଡ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେବାକୁ ଯାଇ ଆଇଆରଜିସି କହିଛି ଯେ, ହିଜାବକୁ ବିରୋଧ କରି ଛାତ୍ରୀ ମହସା ଅମିନିଙ୍କ ମୃତ୍ୟୁ ପରେ ପରିସ୍ଥିତି ଉକ୍ରଟ ରୂପ ଧାରଣ କରିଥିଲା । ଏହାପରେ ପରେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପ୍ରଶାସନ ବାରମ୍ବାର ସେନାକୁ ଅନୁରୋଧ କରିବା ପରେ ଏପରି ମିଶାଇଲ ଓ ଡ୍ରୋନ୍ ଆକ୍ରମଣ ହୋଇଛି । ଏପରି ପ୍ରଦର୍ଶନ ଇସ୍ଲାମିକ୍ ଧର୍ମକୁ ଅପମାନିତ କରିବାକୁ ଦେଶର ସେନା ଏପରି ପଦକ୍ଷେପ ନେଇଥିବା କହିଛି ଆରଜିସି ।
ପ୍ରାକ୍ ସୂଚନା ମୁତାବକ, ହିଜାବକୁ ବିରୋଧ କରି ଈରାନରେ ଉଗ୍ର ରୂପ ଧାରଣ କରିଛି ବିରୋଧ । ଏହି ଘଟଣାରେ ଏଯାଏଁ ୪୦ରୁ ଉଦ୍ଧ୍ୱର୍ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ହୋଇସାରିଛି । ଶହଶହ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।