ଦକ୍ଷିଣ ଭାରତୀୟ ଖାଦ୍ୟର ମଜା ନେଇପାରିବେ ସମ୍ବଲପୁରବାସୀ, ଉଦଘାଟିତ ହେଲା ସଂକଳ୍ପ ରେଷ୍ଟୁରାଣ୍ଟ

169

କନକ ବ୍ୟୁରୋ : ସମ୍ବଲପୁରରେ ଉଦଘାଟିତ ହେଲା ସଂକଳ୍ପ ରେଷ୍ଟୁରାଣ୍ଟ । ଏବେ ସ୍ଥାନୀୟ ଲୋକମାନେ ଦକ୍ଷିଣ ଭାରତୀୟ ଖାଦ୍ୟର ମଜା ନେଇପାରିବେ । ଏହା ସହିତ ଜୈନ ଓ ଅଦା ରସୁଣ ବିନା ସ୍ୱଦିଷ୍ଟ ଭୋଜନ ଲୋକଙ୍କୁ ଯୋଗାଇବାକୁ ସଂକଳ୍ପ ନାମରେ ଏକ ରେଷ୍ଟୁରାଣ୍ଟ ଆରମ୍ଭ ହୋଇଛି । ଏନେଇ ରେଷ୍ଟୁରାଣ୍ଟର ମାଲିକ ସଂଜୟ ଅଗ୍ରୱାଲ କହିଛନ୍ତି କି ଏହି ରେଷ୍ଟୁରାଣ୍ଟ ପ୍ରତ୍ୟକ ଦିନ ସକାଳ ୮ ଟାରୁ ରାତ୍ର ୧୦ ଟା ଯାଏଁ ଲୋକଙ୍କୁ ସେବା ଯୋଗାଇବ । ଏହାସହ ସ୍ୱାଦ ଓ ଗୁଣବତ୍ତା ଉପରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ ଗ୍ରାହକମାନଙ୍କୁ ପ୍ରତିଶ୍ରୂତି ଦେଇଛନ୍ତି ।

ବୁଢାରାଜା, ଏସଆରଆଇଟି କଲୋନି ସାୱାରିଆ ଟାୱାରର ତଳ ମହଲାରେ ଏହି ରେଷ୍ଟୁରାଣ୍ଟ ଖୋଲାଯାଇଛି । ଏହାକୁ ମାଲିକ ସଂଜୟ ଅଗ୍ରୱାଲଙ୍କ ପିତା ନିରଞ୍ଜନ ଅଗ୍ରୱାଲ ଓ ମାତା ଗୋଦାବରୀ ଅଗ୍ରଓ୍ବାଲ ଉଦଘାଟନ କରିଛନ୍ତି । ଏହି ଅବସରରେ ସଂଜୟ ଅଗ୍ରୱାଲଙ୍କ ପତ୍ନୀ ଅଞ୍ଜୁ ଅଗ୍ରୱାଲ, ରେଷ୍ଟୁରାଣ୍ଟ ମ୍ୟାନେଜର ଅମନଜୀ, ରାୱତ ଜୀଙ୍କ ସମେତ ଅଗ୍ରୱାଲ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।