ବିପଦ ସଙ୍କେତ ଉପରେ ଜଳକା : ମଥାନୀଠାରେ ବଢୁଛି ଜଳସ୍ତର; ତଳିଆ ଅଞ୍ଚଳରେ ପଶିଲା ବର୍ଷାଜଳ

69

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ମଥାନୀ ଠାରେ ବିପଦ ସଙ୍କେତ ୫ଦଶମିକ ୫୦ ମିଟର ଥିବା ବେଳେ ଏଠାରେ ୬ଦଶମିକ ୨୯ମିଟର ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ସେହିପରି ପ୍ରବଳ ବର୍ଷା ଯୋଗୁ ଫୁଲୁଛି ବଂଶଧାରା ନଦୀ । ଏହାରି ଭିତରେ ଆସନ୍ତା ୧୭ ତାରିଖ ଦିନ ଆଉ ଏକ ଲଘୁଚାପ ଆସିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ଚିନ୍ତାକୁ ବଢାଇ ଦେଇଛି ।