‘ମୋତେ ରାମ ଦରକାର’: ରାମାୟଣ ଫେମ୍ ଅରୁଣ ଗୋଭିଲଙ୍କୁ ଧରି ବିକଳ ହୋଇ କାନ୍ଦିଲେ ସ୍ୱାମୀ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

177

କନକ ବ୍ୟୁରୋ: ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କର ସତସଙ୍ଗ ଚାଲିଥିଲା । ସତସଙ୍ଗରେ ପହଞ୍ଚିଥିଲେ ରାମାୟଣରେ ପ୍ରଭୁ ଶ୍ରୀରାଙ୍କ ଚିରିତ୍ରରେ ଅଭିନୟ କରିଥିବା ଭେଟେରାନ୍ ଆକ୍ଟର ଅରୁଣ ଗୋଭିଲ । ମଞ୍ଚ ଉପରକୁ ଯାଇ ସ୍ୱାମୀଜୀଙ୍କ ପାଦ ଛୁଇଁଥିଲେ । ହେଲେ ତାଙ୍କୁ କୋଳେଇ ନେଇଥିଲେ ରାମଭଦ୍ରାଚାର୍ଯ୍ୟ । ହୃଦୟରେ ଚାପିଧରି କାନ୍ଦିବାକୁ ଲାଗିଲେ । ‘ମୋତେ ମୋ ରାମ ଦରକାର’ ବୋଲି କହି କାନ୍ଦିଥିଲେ ।ଏ ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା ।
ରାମଭଦ୍ରାଚାର୍ଯ୍ୟ କୁହନ୍ତି, ‘ଲୋକେ ଅରୁଣଙ୍କୁ ସାଧାରଣ ଅରୁଣ ଭାବେ ଦେଖନ୍ତୁ ପଛେ ମୋତେ ତାଙ୍କଠାରେ ଶ୍ରୀରାମ ଦେଖାଯାନ୍ତି । ସେ ଯେତେବେଳେ ଶ୍ରୀରାମ ଭୂମିକାରେ ଅଭିନୟ କରନ୍ତି, ତାଙ୍କଠାରେ ସ୍ୱୟଂ ପ୍ରଭୁ ଆବେଶ କରନ୍ତି । ଭାରତରେ ରାମତ୍ୱ ନଥିଲେ ଭାରତର କଲ୍ୟାଣ ସମ୍ଭବ ନୁହେଁ । ମୋ ଜୀବନର ସବୁଠୁ ବଡ ଲକ୍ଷ ଶ୍ରୀରାମ ।ମାତ୍ର ୫ ବଷରେ ମୁଁ ଶ୍ରୀମଦ୍ ଭଗବତଗୀତା କଣ୍ଠସ୍ଥ କରିଛି, ୭ ବର୍ଷରେ ପୁରା ରାମଚରିତ ମାନସ କଣ୍ଠସ୍ଥ କରିଛି । ହେଲେ ମୋତେ ନା ବାବା, ନା ଚମକ୍ରାରୀ ବାବା କିଛି ବନିବାର ନାହିଁ ।ମୋତେ କେବଳ ଆଉ କେବଳ କୌଶଲ୍ୟା ନନ୍ଦନ ଶ୍ରୀରାମ ହିଁ ଦରକାର’

ଏହା ପୂର୍ବରୁ ବି ଅରୁଣ ଗୋଭିଲଙ୍କୁ ସ୍ୱୟଂ ଶ୍ରୀରାମଙ୍କ ଅବତାର ଭାବି ଆନେକ ଲୋକ ପୂଜିବାର ଦେଖାଯାଇଛି । କିଛି ମାସ ପୂର୍ବରୁ ଏୟାରପୋର୍ଟରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଯାଉଥିବାବେଳେ ଅରୁଣ ଗୋଭିଲଙ୍କୁ ଦେଖି ଭାବ ବିହ୍ୱଳ ହୋଇଯାଇଥିଲେ । ତାଙ୍କ ପାଦ ତଳେ ପଡି କାନ୍ଦିବାକୁ ଲାଗିଥିଲେ । ବାରମ୍ବାର କହିବା ପରେ ଉଠିଥିଲେ ।