ମୋଦୀ ଦେଉଥିବା ଚାଉଳକୁ ଗଡବଡ ନକରି ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାନ୍ତୁ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

113

କନକ ବ୍ୟୁରୋ : ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ଚାଉଳ ଘୋଷଣା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପରୋକ୍ଷରେ ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାଗଣା ଚାଉଳକୁ ନେଇ ଯେଉଁ ରାଜନୀତି ହେଉଛି ତାହାକୁ ନେଇ ଧର୍ମେନ୍ଦ୍ର କହିଛନ୍ତି, ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ବାବଦ ଟଙ୍କାର ୯୦ ରୁ ୯୫ ଭାଗ ଦେଉଥିଲେ କେନ୍ଦ୍ରସରକାର, ଅବଶିଷ୍ଟ ରାଜ୍ୟ ସରକାର ଦେଉଥିଲେ ।  କିନ୍ତୁ ବିତରଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପାଖରେ ଥିଲା ।  ଓଡ଼ିଶାରେ ୩ କୋଟି ୨୫ ଲକ୍ଷ ଲୋକ ସୁବିଧା ପାଉଥିଲେ । ଏବେ କେନ୍ଦ୍ର ସରକାର ୧ ଲକ୍ଷ ୮୭ ହଜାର ମେଟ୍ରିକ ଟନ ଚାଉଳ ଦେଉଛନ୍ତି ।

ବର୍ତ୍ତମାନ୍ କେଜି ପିଛା ୩୭ ଟଙ୍କା ୮୮ ପଇସା ଖର୍ଚ୍ଚ ହେଉଛି । ଏଥିପାଇଁ ମାସିକ ୭୦୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ଷକୁ ୮୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର । ରାଜ୍ୟ ସରକାର ଠିକ୍ ଭବେ ବିତରଣ କରନ୍ତୁ । କମ୍ପ୍ୟୁଟର,ଆଧୁନିକୀକରଣ ପାଇଁ କେନ୍ଦ୍ର ସରକାର ସହଯୋଗ କରିଛନ୍ତି । ରାଜ୍ୟ ସରକାର ୯ ଲକ୍ଷ ହିତାଧିକାରୀଙ୍କ କଥା କହୁଛନ୍ତି ହୁଏତ ସେତିକି ବି ଦେଉନାହାନ୍ତି । ମୋଦି ଦେଉଥିବା ଚାଉଳକୁ ଗଡବଡ ନ କରି ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚାନ୍ତୁ । ୮୪୦୦ କୋଟି ତୁଳନାରେ ୧୮୫ କୋଟି କେତେ ଓଡ଼ିଶା ବାସୀ ବିଚାର କରିବେ ବୋଲି କହି ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର ।