ବୋହୂ ବିରୋଧରେ ହ୍ୟୁମାନ ସାଗରଙ୍କ ମାଆ ଆଣିଲେ ସାଙ୍ଘାତିକ ଅଭିଯୋଗ । କହିଲେ ମୋ ବୋହୁ ମଦ ପିଏ ।

438

କନକ ବ୍ୟୁରୋ: ପାରିବାରିକ ବିବାଦରେ ଛନ୍ଦି ହୋଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତ୍ନୀ ଶ୍ରେୟାଙ୍କ ଅଭିଯୋଗ ପରେ କାଲି ଥାନାକୁ ଡକାଇ ଉଭୟ ପତୀପତ୍ନୀଙ୍କୁ କାଉନସେଲିଂ କରିଛି ପୁଲିସ । ଷ୍ଟାର କଣ୍ଠଶିଳ୍ପୀ ଥାନାରେ ପହଞ୍ଚିବା ପରେ ଏହି ଘରୋଇ ବିବାଦ ପଦାରେ ପଡିଛି । ସେପଟେ ଶ୍ରେୟାଙ୍କ ବାପା ଅଭିଯୋଗ କରିଛନ୍ତି, ହ୍ୟୁମାନ ସାଗର ରାତିରେ ମଦ ପିଇ ଆସି ଶ୍ରେୟାଙ୍କୁ ମାଡ ମାରୁଛନ୍ତି । ଅଧିକ ଯୌତୁକ ଦାବି କରିବା ସହ ଶ୍ରେୟାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ଚାପ ପକାଉଥିବା ଅଭିଯୋଗ ହୋଇଛି । ହେଲେ ଏହାରି ଭିତରେ ହ୍ୟୁମାନଙ୍କ ମାଆ ବୋହୂ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ହ୍ୟୁମାନ ସାଗରଙ୍କ ମାଆ କହିଛନ୍ତି, ବୋହୂ ତାଙ୍କର ମଦ ପିଅନ୍ତି । ବୋହୂଙ୍କ ପୂରା ପରିବାର ଅର୍ଥାତ୍ ଶ୍ରେୟାଙ୍କ ବାପା, ମାଆ ଓ ଭାଇ ମଦ ପିଉଥିଲେ । ଆଉ ସେମାନେ ହିଁ ହ୍ୟୁମାନ ସାଗରଙ୍କୁ ମଦ ପିଆଉଥିଲେ । ଏହି ପାରିବାରିକ ବିବାଦରେ ଉଭୟ ପୁଅ ଓ ବୋହୂଙ୍କ ଭୁଲ ଥିବା କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ । ଖାଲି ଏତିକି ନୁହେଁ ବୋହୂ ନାଁରେ ପୁଅ ଜମି କିଣିଛି । ହ୍ୟୁମାନଙ୍କ ଟଙ୍କାକୁ ଶ୍ରେୟା ତାଙ୍କ ବାପାଙ୍କୁ ଦେଉଥିଲେ । ଏବଂ ହ୍ୟୁମାନଙ୍କ ଶାଶୂଙ୍କ ପରକୀୟ ପ୍ରୀତି ରହିଛି ବୋଲି ହ୍ୟୁମାନ ସାଗରଙ୍କ ମାଆ କ୍ୟାମେରା ଆଗରେ କହିଛନ୍ତି ।