ଦିନକ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଭିତରେ ମହାପ୍ରଭୁଙ୍କର ଦର୍ଶନ କରିବେ ଭକ୍ତ ।

135

କନକ ବ୍ୟୁରୋ: ଦିନକ ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ପୁରୀ ବଡ଼ଦାଣ୍ଡରେ ଲାଗିବ ଗହଳି । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଏକାଠି ହେବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଦେଶ ବିଦେଶରୁ ଭକ୍ତଙ୍କ ସମାଗମ ହେବ ପୁରୀ ବଡ଼ଦାଣ୍ଡରେ । କାଳିଆ ସାଆନ୍ତଙ୍କୁ ଦେଖିବା ପାଇଁ ଦୂରଦୂରାନ୍ତଙ୍କୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବ । ହେଲେ ଏବେ ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପୁରୀରେ ବି ଅସହ୍ୟ ତାତି ସାଙ୍ଗକୁ ଗୁଳିଗୁଳି ଅନୁଭୂତ ହେଉଛି । ଆଜି ପୁରୀରେ ସକାଳ ୮ଟା ୩୦ ସୁଦ୍ଧା ପୁରୀର ପାରଦ ୩୨.୬ ଡିଗ୍ରୀ ରେକର୍ଡ କରାଯାଇଛି । ଗତକାଲି ପୁରୀରେ ତାପମାତ୍ରା ୩୬. ୨ ଡିଗ୍ରୀ ରେକର୍ଡ କରାଯାଇଥିଲା । ଶୁକ୍ରବାର ମଧ୍ୟ ପୁରୀର ତାପମାତ୍ରା ଥିଲା ୩୫ ଡିଗ୍ରୀ ଉପରେ । ଲଗାତର ପୁରୀରେ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ଅସହ୍ୟ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି । ୨୧ ତାରିଖ ପୂର୍ବରୁ ରାଜ୍ୟକୁ ମୌସୁମୀ ଛୁଇଁବାର ସମ୍ଭାବନା କମ୍ । ୨୧ ତାରିଖ ପୂର୍ବରୁ ରଥଯାତ୍ରା ପଡୁଛି । ତେଣୁ ରଥଯାତ୍ରାରେ ପୁରୀରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଏପରି ଗରମ ଓ ଗୁଳୁଗୁଳି ହେଲେ ପୁରୀରେ ଭକ୍ତ କରିବେ କ’ଣ । ଗହଳି ଭିତରେ ଅସହ୍ୟ ତାତିକୁ ସମ୍ଭାଳିପାରିବେ ତ ଲୋକେ?

ତାତି ଭିତରେ ରଥଯାତ୍ରା

  • ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ଭକ୍ତଙ୍କ ଉପରେ ପାଣି ଛିଞ୍ଚନ ପାଇଁ ପ୍ରଶାସନର ବ୍ୟବସ୍ଥା
  • ପ୍ରତ୍ୟେକ ପୋଲିସ କର୍ମୀଙ୍କ ପାଖରେ ରହିବ ୫ରୁ ଅଧିକ ପାଣି ବୋତଲ
  • ଓଆରଏସ୍ ମଧ୍ୟ ପାଖରେ ରଖିବେ ପୋଲିସ କର୍ମଚାରୀ
  • କେହି ଗରମରେ ଅସୁସ୍ଥ ହେଲେ ତୁରନ୍ତ ଛାଇ ସ୍ଥାନକୁ ନେବେ
  • ମେଡିକାଲ ନେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ