ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭିଡ଼ିଓ କନଫରେନ୍ସିଂରେ ଯୋଗ ଦେଲେ ନୀତୀନ ଗଡ଼କରୀ ।

143

କନକ ବ୍ୟୁରୋ: ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ ହୋଇଛି । ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ବ୍ୟକ୍ତିଗତ କାରଣ ପାଇଁ ତାଙ୍କ ପୁରୀ ଗସ୍ତ ବାତିଲ ହେବା ପରେ ଭର୍ଚୁଆଲରେ ଯୋଡି ହୋଇଥିଲେ । ୬ ହଜାର ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ମୋଟ୍ ୨୮ଟି ଏନଏଚ୍ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି । ଏନଏଚ୍-୧୬ର ଚଣ୍ଡିଖୋଲରୁ ଭଦ୍ରକ ଯାଏଁ ୬ ଲେନ୍ ରାସ୍ତା, ଏନ୍ଏଚ୍-୪୯ର ବାହାରଗୋଡା-ସଙ୍ଘରା ଯାଏଁ ୪ ଲେନ୍ ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପିତ ହେବ । ଏହା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଭୂମିପୂଜା କରାଯିବ ।