ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲ, ଜବତ ହେବ ସମ୍ପତ୍ତି

160

କନକ ବ୍ୟୁରୋ : ଜିବିଟି ଘୋଟାଲା ପଡିଲା ମହଙ୍ଗା । ଏବେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଦିଲ୍ଲୀର ଏକ ଅଦାଲ ଏହି ମାମଲାର ଶୁଣାଣି କରି ଚୌତାଲାଙ୍କୁ ୪ ବର୍ଷ ଜେଲ ଦଣ୍ଡ ସହ ୫୦ ଲକ୍ଷ ଟଙ୍କା ଜରିମାନା ଦେବାକୁ କହିଛନ୍ତି । ଏହାସହ ଚୌତାଲାଙ୍କର ୪ ଟି ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

କହିରଖୁ କି ୨୦୦୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ସମେତ ୫୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କୁହାଯାଇଥିଲାକି ୧୯୯୯ ମସିହାରୁ ୨୦୦୦ ମସିହା ମଧ୍ୟରେ ରାଜ୍ୟରେ ୩,୨୦୬ ଜୁନିୟର ବେସୟିକ ପ୍ରଶିକ୍ଷିତ ଶିକ୍ଷକ ନିଯୁକ୍ତିରେ ଏମାନଙ୍କର ସଂପୃକ୍ତି ଥିଲା ।

ସେପଟେ ଏହି ମାମଲାରେ ଚୌତାଲା ଜାମିନ ପାଇବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିପାରିବେ । ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ମୁାବକ ୧୯୯୩ ଓ ୨୦୦୬ ରେ ଚୌତାଲା ବେଆଇନ ଭାବେ ୬.୦୯ କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଥିଲେ । ୨୦୧୯ ମେ ମାସରେ ଇଡି ତରଫରୁ ଚୌତାଲାଙ୍କର ବିଭିନ୍ନ ବାସସ୍ଥାନରେ ଚଢାଉ କରି ୩.୬ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା ।

ସେପଟେ ୨୦୧୩ ମସିହାରେ ଓମ୍ ପ୍ରକାଶ ଚୌତାଲା ଓ ତାଙ୍କ ପୁଅ ଅଜୟ ସିଂ ଚୌତାଲାଙ୍କୁ ଦୁର୍ନିତୀ ନିବାରଣ ଅଧିନିୟମ ଆଧାରରେ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରଯାଇଥିଲା । ଏହି ଘୋଟାଲରେ ୩୦୦୦ ରୁ ଅଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ ଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା ।