ଚାଲିଛି ଆଇପିଏଲ ଫାଇନାଲ ସମର । କିଏ ଜିତିବ ମୁକୁଟ, ଦେଖନ୍ତୁ ବିଶ୍ଲେଷଣ

78

କନକ ବ୍ୟୁରୋ :
ସଂଖ୍ୟା ଖେଳରେ କୋଲକାତା ଆଗରେ
କୋଲକାତା ବନାମ୍ ହାଇଦ୍ରାବାଦ୍
ମୋଟ୍ ମ୍ୟାଚ୍ – ୨୭
କୋଲକାତା – ୧୮
ହାଇଦ୍ରାବାଦ – ୯

କୋଲକାତାର ଶକ୍ତି ଓ ସାମର୍ଥ୍ୟ
– ଦୁଇ ଆକ୍ରମଣାତ୍ମକ ଓପନର
– ବିସ୍ଫୋରକ ମିଡିଲ୍ ଅର୍ଡର ବ୍ୟାଟର
– ୨ ମିଷ୍ଟ୍ରି ସ୍ପିନର ନାରିନ୍ ଓ ବରୁଣ
– ଭୟଙ୍କର ଫାଷ୍ଟ ବୋଲର ମିଚେଲ୍ ଷ୍ଟାର୍କ
– ମାତ୍ର ୩ଟି ମ୍ୟାଚ୍ ହାରି ଫାଇନାଲରେ ପହଞ୍ଚିଛି ଦଳ
– ଗୋତମ ଗମ୍ଭୀରଙ୍କ ଭଳି ମେଣ୍ଟର

ହାଇଦ୍ରାବାଦର ଶକ୍ତି ଓ ସାମର୍ଥ୍ୟ
– ପ୍ୟାଟ୍ କମିନ୍ସଙ୍କ ପରି ଲକି ଅଧିନାୟକ
– ଟ୍ରାଭିସ୍ ହେଡ୍, ଅଭିଷେକ ଶର୍ମାଙ୍କ ଭଳି ବିସ୍ଫୋରକ ଓପନର୍
– ଅଭିଜ୍ଞ ଫାଷ୍ଟ ବୋଲର, କାମଚଳା ପ୍ରଭାବୀ ସ୍ପିନର
– ପାୱାର ପ୍ଲେ’ରେ ଜବରଦସ୍ତ ବ୍ୟାଟିଂ
ଫାଇନାଲରେ ନାହାନ୍ତି ବିଶ୍ୱକପ୍ ଖେଳାଳୀ
-ଉଭୟ ଦଳରେ ନାହାନ୍ତି ଟିମ୍ ଇଣ୍ଡିଆର ବିଶ୍ୱକପ୍ ଖେଳାଳୀ
-ଟି-୨୦ ବିଶ୍ୱକପ୍ ଦଳରେ ଥିବା ଜଣେ ବି ଖେଳାଳୀ ଆଜି ନାହାନ୍ତି
-ରିଙ୍କୁ ସିଂହ କେବଳ ମାତ୍ର ସଂରକ୍ଷିତ ଖେଳାଳୀ ରହିଛନ୍ତି

ହାଇ ସ୍କୋରିଂ ସିଜନ୍
– ଚଳିତ ଆଇପିଏଲ ସିଜନ୍ରେ ଦେଖିବାକୁ ମିଳିଛି ରନ୍ ବର୍ଷା
– ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ଦଳଗତ ରନର ରେକର୍ଡ
– ବେଙ୍ଗାଲୁରୁ ବିପକ୍ଷରେ ୨୮୭ ରନର ବିଶ୍ୱ ରେକର୍ଡ କରିଥିଲା ହାଇଦ୍ରାବାଦ
– ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହାଇଦ୍ରାବାଦର ୨୭୭ ରନ୍
– ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୨୭୨ ରନ୍ କରିଥିଲା କେକେଆର

ଫାଇନାଲରେ କାହାର କେତେ ଦମ୍?
– ଉଭୟ ଦଳ ତିନିଥର ଲେଖାଏଁ ଖେଳିଛନ୍ତି ଫାଇନାଲ
– କେକେଆର ୨୦୧୨, ୨୦୧୪ରେ ଜିତିଥିଲା ଟାଇଟଲ
– ହାଇଦ୍ରାବାଦ ୨୦୦୯ ଓ ୨୦୧୬ରେ ଚାମ୍ପିୟନ୍
– ପ୍ଲେ-ଅଫ୍ରେ ଉଭୟ ଦଳ ୪ଥର ମୁହାଁମୁହିଁ
– ଉଭୟ ଦଳ ୨ଥର ଲେଖାଏଁ ଜିତିଛନ୍ତି