ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ : ଅଟୋ ଚାଳକଙ୍କ ସମେତ ୯ ମାସର ଗର୍ଭବତୀ ଓ ତାଙ୍କ ସ୍ୱାମୀ ଗୁରୁତର

296

କନକ ବ୍ୟୁରୋ : ଚଳନ୍ତା ଅଟୋ ଉପରେ ପଡ଼ିଲା ଗଛ । ଘଟଣାରେ ଖୁଡ଼ିର ମୃତ୍ୟୁ ହୋଇଥିବା ବେଳେ ଅଟୋ ଚାଳକ ସମେତ ୯ ମାସର ଗର୍ଭବତୀ ପୁତୁରା, ପୁତୁରା ବୋହୂ ଗୁରୁତର ଆହତ ହୋଇଛି । ପାଲଲହଡ଼ା ବ୍ଲକ ଖମାର ଥାନା ତିଳେଇ ପଶି ଗାଁରେ ଘଟିଛି ଏହି ଘଟଣା । ଗାଁର ଟୁନ ପରିଡ଼ା ଓ ତାଙ୍କ ସ୍ତ୍ରୀ ଅମାନୁ ସାହୁ ୯ ମାସର ଗର୍ଭବତୀ ଥିଲେ ।

ଖୁଡ଼ିଙ୍କ ସହ ଅଟୋରେ ଚେକ୍ଅପ୍ ପାଇଁ ପାଲଲହଡ଼ା ଡାକ୍ତରଖାନାକୁ ଯାଇଥିଲେ । ଫେରିବା ବେଳେ ଯେମିତି ମୃତ୍ୟୁ ବାଟରେ ଜଗି ବସିଥିଲା । ବାଲିପାଶୀ ଘାଟି ନିକଟରେ ଚଳନ୍ତା ଅଟୋ ଯାଉଥିବା ସମୟରେ ଏକ ଶୁଖିଲା ଶାଳ ଗଛ ଅଟୋ ଉପରେ ପଡ଼ିଯାଇଥିଲା । ଘଟଣା ସ୍ଥଳରେ ହିଁ ଖୁଡି ଜେମା ପରିଡ଼ାଙ୍କ ମୃତ୍ୟୁ ହୋଇଥିଲା । ଆହତଙ୍କୁ ପାଲଲହଡ଼ା ଡାକ୍ତରଖାନାରେ ଭର୍ତି କରାଯାଇଛି ।