ଗୋଟିଏ ବର୍ଷ ଭିତରେ ଲିଭିଗଲା ନବ ଦମ୍ପତିଙ୍କ ଜୀବନ ଦୀପ,ଆତ୍ମହତ୍ୟା ନା’ ଆଉ କିଛି କାରଣ ତାକୁ ନେଇ ବଢ଼ୁଛି ରହସ୍ୟ ।

1,470

କନକବ୍ୟୁରୋ:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରରେ ଅଭାବନୀୟ ଘଟଣା । ପାର୍ବତୀପୁର ଗାଁରେ ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ । ମୃତକ ହେଲେ ମନୋଜ ମହାକୁଡ ଓ ସସ୍ମିତା ମହାକୁଡ । ଦୁହେଁ ଗତ ରାତିରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ବିଦ୍ୟୁତ ଆଘାତ ଦ୍ୱାରା ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗତକାଲି ଅପରାହ୍ମରେ ଦୀର୍ଘ ସମୟ ଧରି ମନୋଜ ଓ ସସ୍ମିତା କବାଟ ଖୋଲି ନଥିବାରୁ କବାଟ ତାଡି ଭିତରକୁ ପସିଥିଲେ ପରିବାର ଲୋକେ ।

ସେତେବେଳ ଦୁହିଁଙ୍କ ମୃତଦେହ ମିଳିଥିଲା । ଦୁହିଁଙ୍କ ବେକରେ ଇଲେକ୍ଟ୍ରି ତାର ଗୁଡେଇ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନଙ୍କୁ ଛୁଇଁବାରୁ ତାଙ୍କ ଶରୀର ବିଦ୍ୟୁତ୍ ଚାର୍ଜ ଥିବା ଜଣାପଡିଥିଲା । ଦୁଇଜଣ ବିଦ୍ୟୁତ ଆଘାତରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି ।